ରାଜକୋଟରେ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
31/12/2020 at 3:47 PM

ନୂଆଦିଲ୍ଲୀ ୩୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨୦୨୦ର ଶେଷ ଦିନରେ ଗୁଜୁରାଟକୁ ଆଉ ଏକ ଉପହାର ଦେଇଛନ୍ତି । ସେ ଭିଡିଓ କନଫରେନ୍ସିଂ ଜରିଆରେ ରାଜକୋଟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗୁଜରାଟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କରୋନା ଯୋଦ୍ଧାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘୨୦୨୦ ବର୍ଷକୁ ଏକ ନୂତନ ଜାତୀୟ ସ୍ବାସ୍ଥ୍ୟ ସୁବିଧା ସହିତ ବିଦାୟ ଦେବା ଚଳିତ ବର୍ଷର ଚ୍ୟାଲେଞ୍ଜକୁ ମଧ୍ୟ ବର୍ଣ୍ଣନା କରିଛି ଏବଂ ନୂତନ ବର୍ଷର ପ୍ରାଥମିକତାକୁ ମଧ୍ୟ ଦର୍ଶାଉଛି । ଭାରତରେ ନିର୍ମିତ ଟିକା ପ୍ରତ୍ୟେକ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚିବ । ଏଥିପାଇଁ ପ୍ରୟାସ ଶେଷ ପର୍ଯ୍ୟାୟରେ ଅଛି । ବିଶ୍ବର ସର୍ବବୃହତ ଟୀକାକରଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମୋର ବିଶ୍ବାସ ଅଛି ଯେ, ଟୀକାକରଣକୁ ସଫଳ କରିବା ପାଇଁ ସମଗ୍ର ଭାରତ ଏକତା ସହ ଆଗକୁ ବଢିବ ।’
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଖୁବ୍ ଶୀଘ୍ର କରୋନା ଟିକା ଆସୁଛି । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ୍ ଲାଇନ୍ ପାଳନ ନକରିବା ଉଚିତ୍ ନୁହେଁ । ମୁଁ ପୂର୍ବରୁ କହିଥିଲି ଯଦି ଟିକା, କୌଣସି ଛାଡ୍ ନାହିଁ । ବର୍ତ୍ତମାନ ମୁଁ କହୁଛି ଟିକା ବି ଏବଂ କଠୋରତା ବି ପାଳନ କରିବା ଉଚିତ୍ । ଏହା ୨୦୨୧ ପାଇଁ ଆମର ମନ୍ତ୍ର ହେବ ।