ଆୟୁଷ ମନ୍ତ୍ରଣାଳୟର ଟିପ୍ସକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ୧୪/୪: ଲକ୍ ଡାଉନ ସମୟରେ ଆୟୁଷ ମନ୍ତ୍ରଣାଳୟର ଟିପ୍ସକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ତେବେ ଆୟୁଷ ମନ୍ତ୍ରଣାଳୟ ଦେଇଥିବା ଟିପ୍ସ ସମସ୍ତଙ୍କୁ ଲାଭଦାୟକ ଦେବ ବୋଲି ମନ୍ତ୍ରାଳୟର କିଛି ଅଧିକାରୀ କହିଛନ୍ତି। ପ୍ରଥମରେ ଦିନସାରା ଉଷୁମ ପାଣି ପିଅନ୍ତୁ। ଦିନକୁ ଅତିକମ୍ ରେ ୩୦ ମିନିଟର ଯୋଗ ପ୍ରାଣାୟମ ଅଭ୍ୟାସ କରନ୍ତୁ।  ଖାଇବାରେ ହଳଦୀ, ଜୀରା , ଧନିଆ, ରସୁଣ ଆଦି ବ୍ୟବହାର କରନ୍ତୁ।  ଦିନକୁ ୧୦ ଗ୍ରାମ ଚ୍ୟବନପ୍ରାସ  ବ୍ୟବହାର କରନ୍ତୁ। ଯଦି ଡାଇବେଟିସ ଅଛି ତେବେ ସୁଗାରଫ୍ରି ଚ୍ୟବନପ୍ରାସ ଖାଇପାରିବେ।

{"id":254099,"width":568,"height":462,"sizeSlug":"large"}

ସେହିପରି  ହର୍ବାଲ ଟି ବା  ଡିକକ୍ ସିନ ବା କାଢ଼ା ପିଅନ୍ତୁ। ଯେଉଁଥିରେ ଚା ରେ ତୁଳସୀ, ଡାଲଚିନି,  ଗୋଲ ମରିଚ,  ମିଶାଇ ଦିନକୁ ଦୁଇଥର ପିଅନ୍ତୁ।  ଆବଶ୍ୟକ ପଡ଼ିଲେ ଲେମ୍ବୁ ପାଣି ପିଅନ୍ତୁ, ଗୁଡ଼ ବି ଖାଇପାରିବେ।  ହଳଦୀ କ୍ଷୀର ପିଅନ୍ତୁ।  ୧୫୦ ମିଲି କ୍ଷୀରରେ ଅଧଚାମୁଚ ହଳଦୀ ପକାଇ ଦିନକୁ ଥରେ ଦୁଇଥର ଖାଇପାରିବେ। ଯଦି ଥଣ୍ଡା ଲାଗୁଛି, ନାକରେ ନଡ଼ିଆତେଲ କିମ୍ବା ଘିଅ  ସକାଳେ ସନ୍ଧ୍ୟାରେ ପକାଇପାରିବେ।

ସେହିପରି ମୁହଁରେ ରାଶି କିମ୍ବା ନଡ଼ିଆ ତେଲ ପକାଇ ୨-୩ ମିନିଟ ରଖିବା ପରେ ଉଷୁମ ପାଣିରେ କୁଳି କରନ୍ତୁ। ଏହାକୁ ଦିନକୁ ଦୁଇ ଥର କରିପାରିବେ।  ଯଦି ଶୁଖିଲା କାଶ କିମ୍ବା ତଣ୍ଟି ଦରଜ ହେଉଛି ତେବେ ଗରମ ପାଣିରେ ପୋଦିନା ପତ୍ର  କିମ୍ବା ଜୁଆଣି ପକାଇ ଗରମ ବାମ୍ଫ ନେଇପାରିବେ। ମହୁ କିମ୍ବା ଚିନିରେ ଲବଙ୍ଗ ପାଉଡର ମିଶାଇ ଦିନକୁ ଥରେ ନେଇପାରିବେ। ତେବେ ଯଦି କାଶ କିମ୍ବା ତଣ୍ଟି ଦରଜ  ଲାଗି ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.