ସବୁ ପଡୋଶୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ , କିନ୍ତୁ ପାକିସ୍ତାନ କିମ୍ବା ଇମ୍ରାନଙ୍କୁ କରିନାହାନ୍ତି ଫୋନ୍

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ : ପ୍ରଧାନମନ୍ତୀ  ନରେନ୍ଦ୍ର ମୋଦିଙ୍କ ନୂଆ ବର୍ଷର ଶୁଭେଚ୍ଛା ରୁ ବାଦ୍ ପଡିଲା ପାକିସ୍ତାନ । ସବୁ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଏବଂ ଭାରତର ମିତ୍ରମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି  ପ୍ରଧାନମନ୍ତୀ । କିନ୍ତୁ ମୋଦିଙ୍କ ନୂଆବର୍ଷ ଶୁଭେଚ୍ଛା ଜଣାଇବା କଲ୍ ଲିଷ୍ଟରୁ ପାକିସ୍ତାନ ଗାଏବ ରହିଛି । ପ୍ରଧାନମନ୍ତ୍ରୀ ପଡୋଶୀ ଦେଶର ରାଷ୍ଟ୍ରଧ୍ୟକ୍ଷଙ୍କ ସହ କଥା ହୋଇ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ପଡୋଶୀ ପ୍ରଥମ ନୀତିକୁ ଦୋହାଇଛନ୍ତି ପ୍ରଧାନମନ୍ତ୍ରୀ କିନ୍ତୁ  ପାରମ୍ପରିକ ବିରୋଧୀ ପାକିସ୍ତାନ ଉତ୍ତମ ପଡୋଶୀ ନୁହେଁ ବୋଲି ଜଣାଇଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗ ଭୂଟାନ, ଶ୍ରୀଲଙ୍କା,ମାଲଦ୍ବୀପ, ବାଂଲାଦେଶ ଓ ନେପାଳର ରାଷ୍ଟ୍ରମୁଖ୍ୟମାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହିସବୁ ନେତାମାନଙ୍କ ସହ କଥା ହୋଇ ଭାରତ ନିଜର ପଡୋଶୀ ଦେଶମାନଙ୍କ କ୍ଷେତ୍ର ଓ ସହଭାଗିତା ପାଇଁ ଶାନ୍ତି , ସୁରକ୍ଷା , ସମୁଦ୍ଧି ଓ ପ୍ରଗତିର  ଉପରେ ଧ୍ୟାନ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି .

୨୦୧୮ ଫେବୃଆରୀ ୧୪ତାରିଖରେ ପାକିସ୍ତାନରେ ସ୍ଥିତ ଆତଙ୍କାବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଆତ୍ମଘାତୀ ଆକ୍ରମଣରେ ଜାମ୍ମୁ-କାଶ୍ମୀରର ପୁଲଓ୍ବାନାରେ ୪୦ଜଣ ଭାରତୀୟ ଯବାନ  ହୋଇଥିଲେ । ଏହି ଆକ୍ରମଣର କିଛି ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈସ-ଏ-ମହମ୍ମଦର ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲା ।  ଭାରତର ଆକ୍ରମଣରେ ଯବାବ ଦେଇ ପାକିସ୍ତାନ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଭାରତୀୟ ବାୟୁସେନା ଏହାକୁ ନିସ୍ଫଳ କରିଦେଇଥିଲା ।  

ଏହି ଆକ୍ରମଣର କିଛିମାସ ପରେ ପାକିସ୍ତାନ ଜାତିସଂଘ ମହାସଭା ସମେତ ବିଭିନ୍ନ ଆନ୍ତର୍ଜାତୀୟ ଫୋରମରେ ଏହି ପ୍ରସଙ୍ଗ ଉଠାଇଥିଲା । ସମସ୍ତ ଫୋରମରେ ଭାରତ ନିଜର ପକ୍ଷ ଦୃଢତାର ସହ ରଖିବା ସହ ଯେପର୍ଯ୍ୟନ୍ତ ପାକିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ, ସେପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ପ୍ରକାରର କଥାବାର୍ତା ହେବ ନାହିଁ ବୋଲି ଭାରତ ଜଣାଇଥିଲା ।  ସେହିଭଳି ଭାରତ ଅନ୍ୟଦେଶମାନଙ୍କୁ ଅନୁଚ୍ଛେଦ୩୭୦ ହଟାଇବା ପ୍ରସଙ୍ଗରେ କହିଥିଲା ଯେ, ଅନୁଚ୍ଛେଦ ୩୭୦ ହେଉଛି ଭାରତର ଆନ୍ତିରକତା ମାମଲା ,ତେଣୁ ଏହି ପ୍ରସଙ୍ଗରେ କୌଣସି ଦେଶ ମୁଣ୍ଡ ଖେଳାଇବା ଉଚିତ୍ ନୁହେଁ ବାଲି ଭାରତ କହିଥିଲା ।   

କେନ୍ଦ୍ର ସରକାର ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ଓ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେଙ୍କ ସହିତ କଥାବାର୍ତା ହୋଇଛି । ଦୁଇଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆଉ ଅଧିକ ଉଚ୍ଚକୁ ନେବାକୁ ଦୁଇ ଦେଶ ରାଜି ହୋଇଛନ୍ତି । ସେହିପରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସୀନାଙ୍କୁ ତିନିବର୍ଷ ପାଇଁ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଦେଲେ । ଭୂଟାନ ଓ ନେପାଲ ରାଷ୍ଟ୍ରମୁଖ୍ୟଙ୍କ ସହ କଥା ହୋଇ ଆପୋସ ସମାଧାନରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.