Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ମୋଦିଙ୍କ ଧମକରେ ପାକିସ୍ତାନର ମୁଣ୍ଡ ଗରମ: ଇମ୍ରାନ ସରକାର କଥା ବାଆଁରେଇଲେ…

30/01/2020 at 4:59 PM

ନୂଆଦିଲ୍ଲୀ୩୦/୧: ୧୦ ଦିନରେ ଧୂଳି ଚାଟିବ ପାକିସ୍ତାନ ସେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ବୟାନ ପରେ ଭାରତକୁ କଡ଼ା ସମାଲୋଚନା କରିଛି ପାକିସ୍ତାନ। ଧୂଳି ଚଟା ବୟାନ ଉପରେ ପାଲଟା ଜବାବ ରଖିଛି ପାକିସ୍ତାନ। ମୋଦିଙ୍କ ଏଭଳି ମନୋଭାବ ପାକିସ୍ତାନ ଓ ଭାରତ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ଶେ​‌ଷ ହେବାକୁ ଦେବ ନାହିଁ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟରୁ କୁହାଯାଇଛି। ପ୍ରଧାମମନ୍ତ୍ରୀଙ୍କ ବୟାନ କ୍ଷେତ୍ରୀୟ ସୁରକ୍ଷା ଓ ଶାନ୍ତି ପ୍ରତି ବିପଦ ହୋଇ ପାରେ ବୋଲି ପାକିସ୍ତାନ କହିଛି।

ଗତ ମଙ୍ଗଳବାରରେ ଦିଲ୍ଲୀସ୍ଥିତ ଏନ୍‌ସିସି କ୍ୟାଡେଟ୍‌ଙ୍କୁ ସମ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ପଡ଼ୋଶୀ ଦେଶ ପାକିସ୍ତାନ ଯୁଦ୍ଧରେ ତିନି ତିନି ଥର ଭାରତଠାରୁ ହାରି ସାରିଛି। ପାକିସ୍ତାନ ସେନାକୁ ଧୂଳି ଚଟେଇବାକୁ ଭାରତୀୟ ସେନାଙ୍କୁ ଏକ ସପ୍ତାହ କିମ୍ବା ୧୦ ଦିନ ଲାଗିବ। ସେଥିପାଇଁ ପାକିସ୍ତାନ ସବୁବେଳେ ଲୁଚି ଛପି ଭାରତ ଉପରେ ଆକ୍ରମଣ କରି ଆସୁଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କାଶ୍ମୀର ଓ ଅଳ୍ପ ସଂଖ୍ୟକ ବିରୋଧୀଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ସରକାର ଚେଷ୍ଟା କରୁଛି। ମୋଦିଙ୍କ ବୟାନ ବିଜେପି ସରକାରର ନୀତି ଆଦର୍ଶକୁ ପଦାରେ ପକାଉଛି । ବାଲକୋଟ ଆକ୍ରମଣ ସମୟରେ ଭାରତୀୟ ପାଇଲଟ୍‌ ଅଭିନନ୍ଦନଙ୍କୁ ବନ୍ଧକ ରଖି ପାକିସ୍ତାନ ସେନା ପ୍ରମାଣ ଦେଇ ସାରିଛି। ପାକିସ୍ତାନ ସେନାର ଦକ୍ଷତା  ସଂପର୍କରେ ଭାରତ ନିଶ୍ଚିତ ଜାଣିଥିବ। ଅଧିକାଂଶ ସମୟରେ ପାକିସ୍ତାନ ସେନା ଭାରତ ସାମ୍ନାରେ ତାର ଦକ୍ଷତା ପ୍ରଦର୍ଶନ କରିଛି। ତେଣୁ ପାକ୍‌ ସେନାକୁ ସମାଲୋଚନା କରିବାକୁ ଭାରତର ଅଧିକାରୀ ନାହିଁ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

   Related Posts