ଆମେରିକା ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | September 29, 2019 IST

ନୂଆଦିଲ୍ଲୀ ୨୯/୯: ସଫଳ ଆମେରିକା ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସପ୍ତାହେ ବ୍ୟାପୀ ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀର ପାଲମ ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେପିର ହଜାର ହଜାର କାର୍ଯ୍ୟକର୍ତ୍ତା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ପରେ ତାଙ୍କୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନାଡ୍ଡା ପ୍ରଥମେ ସ୍ବାଗତ କରିଥିଲେ । ଦିଲ୍ଲୀର ବିଜେପି ସାଂସଦ ମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହିତ ମିଶି ହ୍ୟୁଷ୍ଟନରେ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେଇ ମୋଦି ଦୃଢ଼ ଭାବେ ଭାରତର ପକ୍ଷ ରଖିଥିଲେ । ତାଙ୍କର ଆମେରିକା ଗସ୍ତ ବେଶ୍ ସଫଳ ହୋଇଛି ।

ସେଠାରେ ଲୋକମାନେ ମୋବାଇଲ ଲାଇଟ୍  ଜଳାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ମୋଦି ସେମାନଙ୍କୁ ଉଦବୋଧନ ଦେଇଥିଲେ ।  ୩ ବର୍ଷ ତଳେ ଆଜିର ଦିନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ମନେ ପକାଇଥିଲେ ମୋଦି । ସେହି ୨୮ ସେପଟେମ୍ବରରେ ମୋଦି ରାତିସାରା ଶୋଇନଥିଲେ ।  ସେହିପରି ନବରାତ୍ରୀ ପାଇଁ ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। .............

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.