Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଙ୍ଗା କାଉନସିଲର ବୈଠକ : ଗଙ୍ଗା ନଦୀର ସୁରକ୍ଷା , ସ୍ବଚ୍ଛତା ଓ ସୁନ୍ଦରତାରେ ନେଇ ଆଲୋଚନା

14/12/2019 at 1:32 PM

କାନପୁର୧୪।୧୨: ଉତ୍ତରପ୍ରଦେଶ  କାନପୁରରେ ଗଙ୍ଗା କାଉନସିଲର ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଙ୍ଗା ନଦୀର ସଫେଇ ସହ ପ୍ରବାହ ସମ୍ପର୍କରେ ଏହି ବୈଠକ ଅନୁଷ୍ଠିତ ହେଉଛି । ଗଙ୍ଗା ନଦୀର ନିର୍ମଳତା ସହ ପାଞ୍ଚ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରବାହ ସ୍ଥିତି ଉପରେ ଆଲୋଚନା ହେଉଛି ।

ସମସ୍ତ ପାଞ୍ଚ ରାଜ୍ୟକୁ ଗଙ୍ଗା ନଦୀ ସୁରକ୍ଷା ନେଇ କଣ ସବୁ ପଦକ୍ଷେପ ନିଆଯାଇଛି । ଏହା ସହ ଆଗାମୀ ଦିନରେ କିପରି ଗଙ୍ଗା ନଦୀର ସ୍ୱଚ୍ଛତା ଓ ସୁନ୍ଦରତା ଉପରେ ଗୁରୁତ୍ୱ ଦିଆଯିବ ସେ ନେଇ ଆଲୋଚନା ଚାଲିଛି । ଚନ୍ଦ୍ରଶେଖର ଆଜାଦ କୃଷି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ୟୁପି,  ବିହାର ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଅଛନ୍ତି ।

ଶନିବାର ସକାଳେ କାନପୁର ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କାନପୁରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସିଏସଏ କଲେଜ ପହଂଚି ଚନ୍ଦ୍ରଶେଖର ଆଜାଦଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ରାଜ୍ୟ ଗଙ୍ଗା ପରିଷଦ ଦ୍ୱାରା ଆୟୋଜିତ ଗଙ୍ଗା ସୁରକ୍ଷା ବୈଠକରେ ଯୋଗ ଦେଇଛନ୍ତି ମୋଦି । ବୈଠକ ସରିବା ପରେ ଅଟଳ ଘାଟରୁ ମୋଟର ବୋଟ ଜରିଆରେ ମୋଦି ଗଙ୍ଗା ନଦୀର ସ୍ଥିତି ଅନୁଧ୍ୟାନ କରିବେ ।

   Related Posts