ଋଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କାଶ୍ମୀର ପ୍ରସଂଗରେ ଭାରତକୁ ସମର୍ଥନ କରିଛି ଋଷ...

Published By : Prameya-News7 Bureau | September 04, 2019 IST

ନୂଆଦିଲ୍ଲୀ୪|୮; ପଞ୍ଚମ ପୂର୍ବ ଅର୍ଥନୈତିକ ଫୋରମ ଶିଖର ବୈଠକରେ ଯୋଗଦେବା ପାଇଁ ଦୁଇ ଦିନିଆ ଗସ୍ତରେ ଯାଇ  ରୁଷର ଭ୍ଲାଦିଭୋଷ୍ଟକରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି। ପ୍ରଧାମନ୍ତ୍ରୀ ଏହି ଶିଖରବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ଏଥି ସହିତ ଭାରତ-ରୁଷ  ମଧ୍ୟରେ ବିଂଶତମ ବାର୍ଷିକ ଶିଖର ବୈଠକରେ ଯୋଗଦେବେ ।

{"id":153055}

ଦୁଇ  ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବାକୁ ଲକ୍ଷ ରଖିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ-ରୁଷ ମଧ୍ୟରେ ସ୍ବତନ୍ତ୍ର ଏବଂ ବିଶେଷ ରଣନୈତିକ ଭାଗିଦାରୀତା ଆଧାରରେ ଘନିଷ୍ଠ ସମ୍ପର୍କ ରହିଛି। ପ୍ରତିରକ୍ଷା,ପରମାଣୁ ଓ ମହାକାଶ କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ବ୍ୟାପକଭାବେ ସହଯୋଗ କରିଆସିଛନ୍ତି।

{"id":153056,"width":577,"height":392}

ଦୁଇ ନେତାଙ୍କ ମଧ୍ୟରେ ଏହି ଅବସରରେ କିଛି ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ସମ୍ଭାବନା ରହିଛି। ବିଶେଷ କରି ତୈଳ ଓ ଗ୍ୟାସ କ୍ଷେତ୍ରରେ ବିକାଶ ଲାଗି ଦୁଇ ଦେଶ ମଧ୍ୟରେ ଏକାଧିକ  ଚୁକ୍ତି ହେବାର କାର୍ଯ୍ୟକ୍ରମ ରହିଛି। ଦୁଇ ଦେଶ ମଧ୍ୟରେ  ସାଂସ୍କୃତିକ ସମ୍ପର୍କ ବୃଦ୍ଧି କରି ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଉପରେ ଏକ ଡାକଟିକଟ ଉନ୍ମୋଚନ କରିବେ ମୋଦି।

{"id":153057,"width":582,"height":364}

ଯୋଗକୁ ଲୋକପ୍ରିୟ କରିବାପାଇଁ ଏକ ଆପକୁ ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭ୍ଲାଦିଭୋଷ୍ଟକକୁ ଗସ୍ତ କରିବାରେ ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ଗତକାଲି ସନ୍ଧ୍ୟାରେ ରଷିଆ ଅଭିମୁଖେ ବାହାରିଥିବା ପ୍ରଧାନମନ୍ତ୍ରୀ ଆଜି ଭୋର ୪ଟା ୩୦ରେ  ଭ୍ଲାଦିଭୋଷ୍ଟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ।

{"id":153058}

 ସମ୍ବିଧାନର ଧାରା ୩୭୦ ଅଚଳ ଏବଂ ଜାମ୍ମୁ କାଶ୍ମୀର ବିଭାଜନ ପରେ ଭାରତ-ପାକସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହି ପରିପ୍ରେକ୍ଷିରେ ରୁଷ ମୋଦିଙ୍କ କାଶ୍ମୀର ନୀତିକୁ ସମର୍ଥନ କରିଛି। ଏହି ପ୍ରସଙ୍ଗରେ ମୋଦି ସରକାଙ୍କ ଆଗାମୀ ପଦକ୍ଷେପ ନେଇ ରୁଷ ରାଷ୍ଟ୍ରପତିଙ୍କ ସହ ମୋଦି ଆଲୋଚନା କରିପାରନ୍ତି। ତେବେ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ତୃତୀୟ ଦେଶର ହସ୍ତକ୍ଷେପକୁ ଉଭୟ ବାରତ ଓ ଋଷ ଅଗ୍ରାହ୍ୟ ବୋଲି ବିବେଚନା କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.