ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିପାବଳୀ ଭେଟି, ପାକିସ୍ତାନ ଉପରେ ହେବ ‘ପାଣି ସର୍ଜିକାଲ ଷ୍ଟ୍ରାଇକ’
15/10/2019 at 3:13 PM

ନୂଆଦିଲ୍ଲୀ୧୫|୧୦: ପାକିସ୍ତାନ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଆଜି ଦାଦ୍ରୀ ରାଲିରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇଛନ୍ତି। ପାକିସ୍ତାନ ଉପରେ ପାଣି ସର୍ଜିକାଲ ଷ୍ଟ୍ରାଇକ ହେବ ଅର୍ଥାତ ଭାରତର ନଦୀଗୁଡିକରୁ ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣି ଅବରୋଧ କରାଯିବ। ଏହି ପାଣି ଉପରେ ଭାରତର ଚାଷୀଙ୍କ ହକ୍ ରହିଥିବା କଥା ମୋଦି କହିଛନ୍ତି। ପାକିସ୍ତାନକୁ ପାଣି ଅବରୋଧ ନେଇ କାର୍ଯ୍ୟ ଚାଲିଥିବା କଥା ମଧ୍ୟ ସେ କହିଛନ୍ତି। ଖୁବ୍ ଶୀଘ୍ର ପାକିସ୍ତାନକୁ ଯାଉଥିବା ପାଣି ଉପରେ କଟକଣା ଲାଗିବା ସହ ଭାରତୀୟ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ମୋଦି କହିଛନ୍ତି।

ଭାରତରୁ ପାକିସ୍ତାନକୁ ଯାଉଥିବା ପାଣି ଉପରେ ହରିୟାଣା, ପଞ୍ଜାବ ଓ ରାଜସ୍ଥାନର ଅଧିକାର ରହିଛି। ପାକିସ୍ତାନକୁ ପାଣି ବନ୍ଦ କରାଯିବ ବୋଲି ହରିୟାଣବାସୀ ନିଷ୍ପତ୍ତି ନେଇ ସାରିଛନ୍ତି । ଭାରତବାସୀଙ୍କ ପାଇଁ ଏହା ଦୀପାବଳୀ ଭେଟି ହୋଇପାରେ ବୋଲି ମୋଦି କହିଛନ୍ତି। ଦାଦ୍ରୀ ରାଲିରେ ସମ୍ବୋଧିତ ସମୟରେ ଉପସ୍ଥିତ ଜନ ସାଧାରଣଙ୍କୁ ସେ କହିଛନ୍ତି। ଦୀର୍ଘ ୭୦ ବର୍ଷ ହେବ ହରିୟାଣର ନିଦୀ ପାଣି ପାକିସ୍ତାନକୁ ଯାଉଥିଲା। ସେଠାକାର ଚାଷୀମାନେ ଉପକୃତ ହେଉଥିଲେ। କିନ୍ତୁ ଏହା ହେବ ନାହିଁ ଏବେ ହରିୟାଣର ପାଣି କେବଳ ହରିୟାଣର ଚାଷୀଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ହରିୟାଣର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଓ ସାଂସଦ ନାୟବ ସ୍ୟାନୀ ମୋଦିଙ୍କୁ ସ୍ବାଗତ କରିଥିଲେ। କୁରୁକ୍ଷେତ୍ରର ଥିମ ପାର୍କରେ ଏହି ବିଶାଳ ଜନସମାବେଶ ଆୟୋଜିତ ହୋଇଥିଲା। ବିଜେପି ସାଂସଦ ସଞ୍ଜୟ ଭାଟିଆ ଓ ଅନ୍ୟ ୧୭ଟି ବିଧାନସଭା ଆସନରେ ବିଜୟ ବିଜେପି ପ୍ରାର୍ଥୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।