ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାକିସ୍ତାନରୁ ମିଳିଲା ହତ୍ୟା ଧମକ !

Published By : Prameya-News7 Bureau | August 24, 2019 IST

ନୂଆଦିଲ୍ଲୀ ୨୪|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ସରାୟ ରୋହିଲ୍ଲାରେ ରହୁଥିବା ବିଜେପି ନେତାଙ୍କ ଓ୍ବାଟସଆପ୍ ନମ୍ବରରେ ଗୁରୁବାର ରାତିରେ ଏକ ମେସେସ ଆସିଥିଲା। ମେସେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିବା ସୂଚନା ମିଳିଛି ।  ଧମକପୂର୍ଣ୍ଣ ମେସେଜ ପାକିସ୍ତାନର ଏକ ମୋବାଇଲ ନମ୍ବରରୁ ଆସିଥିବା ଜଣାପଡିଛି ।

ଏହାର ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ମାମଲା ରୁଜୁ କରାଯାଇ ସ୍ପେଶାସ ସେଲ୍ କୁ ଯାଞ୍ଚ ଦାୟିତ୍ବ ଦିଆଯାଇଛି । ପୋଲିସର ସୂଚନା ଅନୁସାରେ ସରାୟ ରୋହିଲ୍ଲାରେ ରହୁଥିବା ବିଜେପି ନେତା ପ୍ରାୟ କାମରେ କାଶ୍ମୀର ଯିବା ଆସିବା କରିଥାନ୍ତି ।  ଗୁରୁବାର ରାତିରେ ତାଙ୍କ ହ୍ବାଟସଆପ୍ ନମ୍ବରରେ ଏକ ଅଚିହ୍ନା ନମ୍ବରରୁ ମେସେଜ ଆସିଥିଲା । ଯେଉଁ ମେସେଜରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାକୁ ନେଇ ପ୍ରତିବାଦ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା ।

ସଂପୃକ୍ତ ଭାଜପା ନେତା ହ୍ବାଟସଆପ୍ ରେ ଆସିଥିବା ମେସେଜର ସ୍କ୍ରିନଶଟ୍ ନେବା ସହ ସରାୟ ରୋହିଲ୍ଲା ଥାନାରେ ମାମଲା ରୁଜୁ କରିଥିଲେ ।  ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଛି ଯେ, ମେସେଜଟି ପାକିସ୍ତାନର ଏକ ମୋବାଇଲ ନମ୍ବରରୁ ଆସିଛି । ସ୍ପେଶାଲ ସେଲ୍ ଏହି ନମ୍ବର ସଂପର୍କରେ ଖୋଳତାଡ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.