'ମନ କି ବାତ' କାର୍ଯ୍ୟକ୍ରମରେ ଛୋଲେ ଭଟୁରେ ବିକ୍ରେତାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | July 25, 2021 IST

ଚଣ୍ଡୀଗଡ଼ ୨୫/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ' କାର୍ଯ୍ୟକ୍ରମରେ ଚଣ୍ଡୀଗଡ଼ରେ ଛୋଲେ ଭଟୁରେ ଠେଲା କରିଥିବା ସଞ୍ଜୟ ରାଣାଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଚଣ୍ଡିଗଡ଼ର ସେକ୍ଟର ୨୯ ରେ ସଞ୍ଜୟ ରାଣା ଜୀ ଛୋଲେ ଭଟୁରେ ଠେଲା ଚଲାନ୍ତି। ଦିନେ ତାଙ୍କ ଝିଅ ରିଦ୍ଧିମା ଏବଂ ଝିଆରୀ ରିୟା ଏକ ଆଇଡ଼ିଆ ନେଇ ତାଙ୍କ ନିକଟକୁ ଆସିଲେ। ଦୁହେଁ ତାଙ୍କୁ କୋଭିଡ ଟିକା ନେଇଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟୁରେ ଖୁଆଇବାକୁ କହିଥିଲେ ଏବଂ ସଞ୍ଜୟ ଏଥିରେ ସହମତ ମଧ୍ୟ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ତୁରନ୍ତ ଏହି ଭଲ ଏବଂ ମହତ ଉଦ୍ୟମ ଆରମ୍ଭ କରିଥିଲେ। ମୋଦି କହିଛନ୍ତି, 'ସଞ୍ଜୟ ରାଣା ଜୀଙ୍କର ଛୋଲେ ଭଟୁରେ ମାଗଣାରେ ଖାଇବା ପାଇଁ ଆପଣଙ୍କୁ ଦେଖାଇବାକୁ ପଡ଼ିବ ଯେ ଆପଣ ସେହି ଦିନ ଟୀକା ନେଇଛନ୍ତି। ଟୀକାକରଣର ମେସେଜ ଦେଖାଇବା ମାତ୍ରେ ସେ ଆପଣଙ୍କୁ ସ୍ୱାଦିଷ୍ଟ ଛୋଲେ ଭଟୁରେ ଖାଇବାକୁ ଦେବେ। କୁହାଯାଏ ଯେ ସମାଜର କଲ୍ୟାଣ ପାଇଁ ଅର୍ଥ ଠାରୁ ସେବା ଏବଂ କର୍ତ୍ତବ୍ୟ ଭାବ ଅଧିକ ଆବଶ୍ୟକ। ଆମର ସଞ୍ଜୟ ଭାଇ ଏହାକୁ ସଠିକ ପ୍ରମାଣ କରୁଛନ୍ତି।'

wp:gallery {"ids":[485539],"linkTo":"none"} /wp:gallery

ଚଣ୍ଡୀଗଡ଼ ସେକ୍ଟର ୨୯ ବି ରେହେଡି ମାର୍କେଟରେ ଷ୍ଟ୍ରିଟ ଭେଣ୍ଡର ସଞ୍ଜୟ ରାଣା ସାଇକେଲରେ ଛୋଲେ ଭଟୁରେ ବିକ୍ରି କରନ୍ତି। ପ୍ରତିଦିନ ଟିକା ନେଇ ଆସୁଥିବା ପ୍ରାୟ ୫୦ ରୁ ଅଧିକ ଲୋକ ଏଠାରେ ମାଗଣାରେ ଏକ ପ୍ଲେଟ ଛୋଲେ ଭଟୁରେ ଖାଉଛନ୍ତି। ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡିଗଡ଼ର ପ୍ରଶାସକ ଭି.ପି ସିଂ ବଦନୌର ଏହି ପୋଷ୍ଟକୁ ସେୟାର କରି କହିଥିଲେ ଯେ ଦେଶ ପ୍ରତି ଷ୍ଟ୍ରିଟ ଭେଣ୍ଡରର ଏହି ଉତ୍ସାହ ଦେଖି ସହରର ଜନତା ଶିଖିବା ଉଚିତ୍।

କରୋନା ଟୀକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ସେକ୍ଟର ୨୯ ରେ ଛୋଲେ ଭଟୁରେ ବିକ୍ରେତା ସଞ୍ଜୟ ରାଣା ଯେତେବେଳେ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ଏକ ପ୍ଲେଟ ଛୋଲେ ଭଟୁରେ ଦେବାକୁ ଘୋଷଣା କରିଥିଲେ, ସେତେବେଳେ ବଦନୌର ପ୍ରଶାସକ ଏହି ପୋଷ୍ଟକୁ ନିଜ ଟ୍ୱିଟରରେ ସେୟାର କରିଥିଲେ ଯେପରି ଲୋକେ ଷ୍ଟ୍ରିଟ ଭେଣ୍ଡରଙ୍କ ଉତ୍ସାହ ଓ ଆବେଗ ଦେଖି ଟୀକା ନେବାକୁ ଆଗେଇ ଆସିବେ ଏବଂ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନକୁ ସଫଳ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.