ଗାଁକୁ ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ : ଇ-ଗ୍ରାମ ସ୍ବରାଜ ଓ ‘ସ୍ବାମୀତ୍ବ ଯୋଜନାର ଆରମ୍ଭ, ସମ୍ପତ୍ତି ମ୍ୟାପିଂ ସହ ଗାଁଲୋକଙ୍କୁ ସହରାଞ୍ଚଳ ଭଳି ଲୋନ୍‌ ସୁବିଧା

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: ପଞ୍ଚାୟତ ରାଜି ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ସାରାଦେଶର ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ କରୋନା ଭାଇରସକୁ କିପରି ପ୍ରତିହତ କରିବା ଓ ଏହାର ମୁକବିଲା କରିବା ସେନେଇ ଆଲୋଚନା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସମୟରେ ପଞ୍ଚାୟତ ପ୍ରତିନିଧି ମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଜାତୀୟ ପଞ୍ଚାୟତିରାଜି ଦିବସରେ ଦେଶବ୍ୟାପୀ ସରପଞ୍ଚମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାମନ୍ତ୍ରୀଙ୍କ ସହ ଏହି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ଗ୍ରାମ ସ୍ବରାଜ ପୋର୍ଟାଲ୍ ‘ସ୍ବାମୀତ୍ବ’ ଏବଂ ଏକ ମୋବାଇଲ୍ ଆପ୍ଲିକେସନ୍ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ  ଗ୍ରାମ ସ୍ୱରାଜ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପୋର୍ଟାଲ ଜରିଆରେ ଗ୍ରାମ ପଂଚାୟତର ସମସ୍ୟା ଏବଂ ସେମାନଙ୍କ ସହ ଜଡିତ ସମସ୍ତ ତଥ୍ୟ ଗୋଟିଏ ଜାଗାରେ ଉପଲବ୍ଧ ହେବ । ଏଥି ସହ ସ୍ବାମୀତ୍ବ ଯୋଜନାର ବି ଶୁଭାରମ୍ଭ ହୋଇଛି । ସ୍ବାମୀତ୍ବ ଯୋଜନାରେ ଗାଁର ସବୁ ସଂପତ୍ତିର ମ୍ୟାପିଂ ହେବ । ଡ୍ରୋନ୍ ଜରିଆରେ ଗ୍ରାମ ସଂପତ୍ତିର ମ୍ୟାପିଂ କରାଯିବ । ଏହା ଦ୍ବାରା ଜମିବାଡିକୁ ନେଇ ଗାଁ ଲାଗୁଥିବା କଳି ଝଗଡା ମଧ୍ୟ ଦୂର ହେବ । ତେବେ କରୋନା ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିଖାଇଛି ।  କରୋନା ମହାମାରୀ ସମସ୍ତଙ୍କ କାର୍ଯ୍ୟଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି ।

ତେବେ ଏହି ଭିଡିଓ କନ୍ଫରେନସିଂ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲାଲେ ଯେ, କରୋନା ଭାଇରସ ଳାଗି ସମଗ୍ର ବିଶ୍ବରେ କର୍ମଶୈଳୀ ବଦଳାଇ ଦେଇଛି। ପୂର୍ବରୁ ଆମେ ସାମ୍ନା ସାମ୍ନା ବସି କଥାବାର୍ତ୍ତା ହେଉଥିଲେ, କିନ୍ତୁ କରୋନା ଭାଇରସ୍ ଆମକୁ ଆଜି ଭିଡିଓ କନ୍ଫରେନସିଂ ଜରିଆରେ କଥାବାର୍ତ୍ତା ହେବାକୁ ବାଧ୍ୟ କରାଇଛି । ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ସମୟ ଥିଲା ‌ଦେଶରେ ‌ଶହେରୁ କମ୍ ପଞ୍ଚାୟତରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଥିଲା। କିନ୍ତୁ ଏବେ ୧. ୨୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପହଞ୍ଚିସାରିଛି। କେବଳ ଏତିକି ନୁହେଁ, ଗାଁମାନଙ୍କରେ କମନ୍ ସର୍ଭିସ ସେଣ୍ଟର୍‌ର ସଂଖ୍ୟା ତିନି ଲକ୍ଷ ଟପିଗଲାଣି। ଧୀର ଧୀର ଦେଶର ସବୁ ଗାଁମାନଙ୍କୁ ଡିଜିଟାଲ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.