Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

୨୦୧୫ରୁ ଏ ପର୍ଯ୍ୟନ୍ତ ୫୮ ଦେଶ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ବୈଦେଶିକ ମନ୍ତ୍ରଣାଳୟ ଜଣାଇଲା କେତେ ଖର୍ଚ୍ଚ ହୋଇଛି

22/09/2020 at 4:14 PM

ନୂଆଦିଲ୍ଲୀ ୨୨।୦୯: କରୋନା ସଙ୍କଟ କାଳରେ ସଂସଦର ମୌସୁମୀ ଅଧିବେଶନ  ଜାରି ରହିଛି। ରାଜ୍ୟସଭାରେ ହଙ୍ଗାମା ଚାଲିଥିଲେ ମଧ୍ୟ ଲିଖିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଜାରି ରହିଛି। ଏହା ମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ସଂସଦରେ ସୂଚନା ଦେଇଛନ୍ତି ଯେ, ୨୦୧୫ରୁ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୮ ଦେଶ ଯାତ୍ରା କରିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ଉତ୍ତର ଜଣେ ସାଂସଦଙ୍କ ପ୍ରଶ୍ନ ଉପରେ ଦିଆଯାଇଛି। ଏଥିରେ କୁହାଯାଇଛି ୨୦୧୫ରୁ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତରେ ମୋଟ୍ ୫୧୭.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ପ୍ରଧାନମନ୍ତ୍ରୀ ଏହିସବୁ ଯାତ୍ରା ସମୟରେ ଭାରତ ଅନେକ ଦେଶ ସହିତ ବଡ ବଡ ଚୁକ୍ତିନାମା କରିଛି। ଏଥିରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ସମେତ ଅନ୍ୟ ବଡ କ୍ଷେତ୍ରକୁ ନେଇ ଏମଓୟୁ ହୋଇଛି। ଏହା ସହିତ ଆର୍ଥିକ ବିକାଶର ଏଜେଣ୍ଡା ଉପରେ ରାଷ୍ଟ୍ରୀୟ ମିଶନର ବିସ୍ତାର ହୋଇଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ପରଠୁ କୌଣସି ବିଦେଶ ଗସ୍ତରେ ଯାଇ ନାହାନ୍ତି। ଫେବୃଆରୀରେ ଆମେରିକା ରାଷ୍ଟ୍ରପତି-ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପରେ କୌଣସି ବଡ ନେତାଙ୍କ ମଧ୍ୟ ଭାରତ ଗସ୍ତ ହୋଇ ନାହିଁ।

କରୋନା ସମୟରେ ପ୍ରଧାନମନ୍ତ୍ରୀ ବିଦେଶୀ ନେତାଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗାଯୋଗରେ ଅଛନ୍ତି। ଏହା ସହିତ ଅନେକ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଜାତିସଂଘରେ ସମ୍ଵୋଧନ ଦେବାର ଅଛି। ଏହି କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ହେବ।

   Related Posts