ପିଏମ୍ ମୋଦି ଲଞ୍ଚ କଲେ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’, ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି

Published By : Prameya-News7 Bureau | September 10, 2020 IST

ନୂଆଦିଲ୍ଲୀ ୧୦/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆତ୍ମନିର୍ଭର ଭାରତ ଜରିଆରେ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ (PMMSY)କୁ ଡିଜିଟାଲ ରୂପରେ ଲଞ୍ଚ କରିଛନ୍ତି। ଏହି ଯୋଜନା ଅଧୀନରେ ସରକାର ୨୦୨୦ରୁ ୨୦୨୫ ମଧ୍ୟରେ ୨୦୦୫୦ କୋଟି ଟଙ୍କା ଖର୍ଚ କରିବେ। ଏବେ ସୁଦ୍ଧା ଏହା ହେଉଛି ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ସବୁଠୁ ବଡ଼ ନିବେଶ। ଏହା ସହ ପିଏମ ଆଉ ଏକ କୃଷି ସମ୍ବନ୍ଧିତ ଆପ୍ e-Gopala ମଧ୍ୟ ଆରମ୍ଭ କରିବେ।

ବିହାରରେ ମତ୍ସ୍ୟ ପାଳନ ଓ ପଶୁପାଳନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ସେ ଏହାକୁ ଆରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଓ ମତ୍ସ୍ୟ, ପଶୁପାଳନ ଓ ଡାଏରୀ ସହ ବିହାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ବି ଉପସ୍ଥିତ ଥିଲେ। PMMSY ମାଧ୍ୟମରେ ଅନ୍ତଦେର୍ଶୀୟ ମତ୍ସ୍ୟ ପାଳନ, ମରିନ୍ ଓ ଆକ୍ବାକଲଚର କାର୍ଯ୍ୟ ପାଇଁ ପ୍ରାୟ ୧୨,୩୪୦ କୋଟି ଟଙ୍କା ନିବେଶ କରାଯିବା ନେଇ ପ୍ରସ୍ତାବ ରହିଛି। ସରକାରଙ୍କ ଅନୁସାରେ ଏହି ସ୍କିମ୍ ଜରିଆରେ ଦେଶ​‌ରେ ପ୍ରାୟ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ। ଏଥିରେ ମାଛ ପାଳନକୁ ଅଗ୍ରାଧିକାର ଦିଆଯିବ। ଏହା ଜରିଆରେ ବିହାର ସୀତାମଢ଼ିରେ ଫିସ୍ ବ୍ରୁଡ୍ ବ୍ୟାଙ୍କ ଓ କିଶନଗଞ୍ଜରେ ଆକ୍ବାଟିକ୍ ଡିଜେଲ ରେଫରାଲ ଲାବ୍ରୋଟରି ଆରମ୍ଭ କରାଯିବ। ଏହାର ଲକ୍ଷ ରହିଛି ୨୦୨୪-୨୫ ସୁଦ୍ଧା ମାଛ ଉତ୍ପାଦନକୁ ପ୍ରାୟ ୭୦ ଲକ୍ଷ ଟନ ବଢ଼ାଯିବ। ଅନ୍ୟପକ୍ଷେ ଏହା ଦ୍ବାରା ଲକ୍ଷେ କୋଟି ଟଙ୍କା ରୋଜଗାର ହେବା ଲକ୍ଷ୍ୟ ସରକାର ରଖିଛନ୍ତି। ଏହି ଯୋଜନା ଦ୍ବାରା ଆଗାମୀ ୫ ବର୍ଷ ମଧ୍ୟରେ ୭୦ ଲକ୍ଷ ଟନ୍ ଅତିରିକ୍ତ ମାଛ ଉତ୍ପାଦନ କରାଯିବ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.