ଡବଲ ଇଞ୍ଜିନ ସରକାର ପାଇଁ ତ୍ରିପୁରାରେ ସୃଷ୍ଟି ହୋଇଛି ଅପାର ସମ୍ଭାବନା : ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 21, 2022 IST

ନୂଆଦିଲ୍ଲୀ ୨୧/୦୧ :  ଆଜି ୩ ଉତ୍ତର-ପୂର୍ବ ରାଜ୍ୟ ମଣିପୁର, ମେଘାଳୟ, ଓ ତ୍ରିପୁରାର ୫୦ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ମେଘାଳୟର ଲୋକମାନଙ୍କୁ ଅନଲାଇନ ମାଧ୍ୟମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘’ଆଜି ତ୍ରିପୁରା ଅବସର ଭୂମି ହେବାକୁ ଯାଉଛି। ଡବଲ ଇଂଜିନ ସରକାର ତ୍ରିପୁରାର ସାଧାରଣ ଲୋକମାନଙ୍କର ସାମାନ୍ୟ ଆବଶ୍ୟକତା ପୂରଣ କରିବାପାଇଁ ଲାଗାତାର କାମ କରୁଛି। ଏହି କାରଣରୁ ତ୍ରିପୁରା ବିକାଶର ଅନେକ ମାନକରେ ଭଲ ପ୍ରଦର୍ଶନ କରୁଛି’’।

ପ୍ରଧାନମନ୍ତ୍ରୀ କହିଛନ୍ତି ତ୍ରିପୁରାବି ସେହି ୬ଟି ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ରାଜ୍ୟ ଯେଉଁଠି ଘର ନିର୍ମାଣ ପାଇଁ ନୂଆ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ‘’ଆଜି ତ୍ରିପୁରା ଗରିବମାନଙ୍କୁ ପକ୍କା ଘର ଉପଲବ୍ଧ କରାଇବାର ପ୍ରଶଂସନୀୟ କାର୍ଯ୍ୟ କରୁଛି। ସେହିଭଳି ନୂଆ ପ୍ରଯୁକ୍ତି ବିଦ୍ୟାକୁ ଆପଣାଉଛି। ମୋଦି ଆହୁରି କହିଛନ୍ତି ‘’ପ୍ରଶାସନିକ ପାରଦର୍ଶିତା ଠାରୁ ଆରମ୍ଭ କରି ଆଧୁନିକତାର ମୂଳଦୁଆ ପର୍ଯ୍ୟନ୍ତ ଆଜି ଯେଉଁ ତ୍ରିପୁରା ତିଆରି ହେଉଛି, ଏହା ଭବିଷ୍ୟତରେ ରାଜ୍ୟକୁ ଆହୁରି ବିକାଶ କରିବ। ସମ୍ପ୍ରତି ତ୍ରିପୁରା ସରକାର ପ୍ରତ୍ୟକ ଗାଁରେ ୧୦୦ ପ୍ରତିଶତ ସୁବିଧା ପ୍ରଦାନ କରିବା ଆରମ୍ଭ କରିଛନ୍ତି’’ ।

ପ୍ରଧାନମନ୍ତ୍ରୀ କହିଛନ୍ତି ‘’ତ୍ରିପୁରାର ଇତିହାସ ସବୁବେଳେ ଗରିମାମୟ ରହିଛି। ମାଣିକ୍ୟ ବଂଶର ସମ୍ରାଟଙ୍କ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ତ୍ରିପୁରା ଏକ ରାଜ୍ୟ ରୂପେ ନିଜର ଭୂମିକା ମଜବୁତ କରିଛି। ସେ ଆଦିବାସୀ ସମାଜ ହୁଅନ୍ତୁ କିମ୍ବା ଅନ୍ୟ ସମୁଦାୟ ସମସ୍ତେ କଠିନ ପରିଶ୍ରମ କରି ତ୍ରିପୁରାର ବିକାସ ପାଇଁ କାମ କରିଛନ୍ତି । ଉତ୍ତର-ପୂର୍ବ କ୍ଷେତ୍ର (ପୁନର୍ଗଠନ) ଅଧିନିୟମ ୧୯୭୧ ଅଧୀନରେ ତ୍ରିପୁରା, ମଣିପୁର, ମେଘାଳୟ ୧୯୭୨ମସିହା ଜାନୁଆରୀ ୨୧ରେ ରାଜ୍ୟ ମାନ୍ୟତା ପ୍ରାପ୍ତ ହୋଇଥିଲା’’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.