ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ୍ କି ବାତ୍', ଦେଶବାସୀଙ୍କୁ ମନର କଥା କହିବେ ମୋଦି

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ ୨୩।୦୨: ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ମନର କଥା କହିବେ ପ୍ରଧାନମନ୍ତ୍ରୀ ମୋଦି ।  ଦିନ ୧୧ରେ ପ୍ରସାରଣ ହେବ ପ୍ରଧାନମନ୍ତ୍ରୀଙ୍କର ଏହି ଲୋକ ପ୍ରିୟ କାର୍ଯ୍ୟକ୍ରମ । ମନ କି ବାତ କାର୍ଯ୍ୟକ୍ରମର ଏହା ୬୨ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନିଜର ଭାବନାକୁ ଦେଶବାସୀଙ୍କ ଆଗରେ ପ୍ରକାଶ କରିବେ ।

ଚଳିତ ବର୍ଷ ଏହା ହେଉଛି ମୋଦୀଙ୍କ ଦ୍ୱିତୀୟ ଥର ମନ କୀ ବାତ କାର୍ଯ୍ୟକ୍ରମ । ମୋଦୀ ପୂର୍ବରୁ ୬୧ ଥର ମନ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହିତ ଯୋଡ଼ି ହୋଇଛନ୍ତି । ଗତ ଜାନୁଆରୀ ୨୬ରେ ପୂର୍ବ ସଂସ୍କରଣ ପ୍ରସାରଣ କରାଯାଇଥିଲା । ସେଦିନ ସନ୍ଧ୍ୟା ୬ଟାରେ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥିଲା । ପ୍ରଧାନମନ୍ତ୍ରୀ ମନ କୀ ବାତ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିବେ । ମୋଦୀଙ୍କ ବାର୍ତ୍ତା ଅଧିକ ଶ୍ରୋତାଙ୍କ ନିକଟକୁ ଶୀଘ୍ର ପହଞ୍ଚି ପାରିବ ବୋଲି ଆଶା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.