Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ପ୍ରଧାନମନ୍ତ୍ରୀଙ୍କ କରୋନା ଯୁଦ୍ଧର ବାଳକ ଯୋଦ୍ଧା:୧୦ ବର୍ଷର ପିଲାଟି ତିଆରି କରୁଛି ମାସ୍କ, ମୋଦି କହିଲେ- ତମ କାମକୁ ଭୁଲି ହେବନାହିଁ

15/04/2020 at 6:04 PM

ନୂଆଦିଲ୍ଲୀ ୧୫/୦୪: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଘରୋଇ ଉପଚାର ଅବଲମ୍ବନ କରିବାକୁ ଅପିଲ କରିଛନ୍ତି | ମୋଦିଙ୍କ ଅପିଲ ଲୋକଙ୍କ ଉପରେ ଅନେକ ପ୍ରଭାବ ପକାଇଛି | ମୋଦିଙ୍କ ଅପିଲ ଜଣେ ୧୦ ବର୍ଷର ବାଳକ ଉପରେ ଏଭଳି ପ୍ରଭାବ ପକାଇଛି ଯେ ସେ ନିଜେ ଘରେ ମାସ୍କ ତିଆରି କରିଛନ୍ତି | ବାଳକ ଜଣକ ନିଜେ ସିଲେଇ ମେସିନରେ ମାସ୍କ ତିଆରି କରିଛନ୍ତି | ବାଳକଙ୍କ ଜଣେ ସମ୍ପର୍କୀୟ ତାଙ୍କ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | ବାଳକଙ୍କ ଏହି ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦି ଭୁରି ଭୁରି ପ୍ରଶଂସା କରିଛନ୍ତି | ମୋଦି ଟ୍ୱିଟ କରି କହିଛନ୍ତି, “କରୋନା ଭାଇରସ ବିରୋଧରେ ଏହି ଯୁଦ୍ଧରେ ଆପଣଙ୍କ ଭୂମିକା ସବୁଦିନ ମନେ ରହିବ |”

ହେମନ୍ତ ଗୁପ୍ତା ନାମକ ବାଳକଙ୍କ ସମ୍ପକୀୟ ଟ୍ୱିଟରରେ ନିଜ ଭଣଜାଙ୍କ କିଛି ଫଟୋ ସେୟାର କରିଛନ୍ତି | ସେ ଲେଖିଛନ୍ତି, “ମୋଦି ଜୀ ଘରେ ତିଆରି କରି ମାସ୍କ ପିନ୍ଧିବା ପାଇଁ ଉପଦେଶ ଦେଇଛନ୍ତି | ମୋ ୧୦ ବର୍ଷର ଭଣଜା ମୋଦିଙ୍କ କଥାରେ ବହୁତ ପ୍ରଭାବିତ ହୋଇଛି ଏବଂ ସେ ନିଜେ ଘରେ ନିଜ ପାଇଁ ମାସ୍କ ତିଆରି କରିଛି | କିଭଳି ସିଲେଇ ମେସିନ ବ୍ୟବହାର କରାଯାଏ ତାହା ଶିକ୍ଷା କରି ସେ ନିଜେ ମାସ୍କ ତିଆରି କରିଛି | “ହେମନ୍ତ ଗୁପ୍ତାଙ୍କ ଟ୍ୱିଟ ପରେ ପ୍ରଧାନମନ୍ତ୍ରୀ ମୋଦି ରିଟ୍ୱିଟ କରି ବାଳକଙ୍କ ଏହି ପ୍ରୟାସକୁ ପ୍ରଶଂସା କରି ତାଙ୍କର ଏହି ଅବଦାନକୁ କେବେ ଭୁଲି ହେଵନାହିଁ। କରୋନା ଯୁଦ୍ଧରେ ତାଙ୍କ ଭୂମିକା ସବୁଦିନ ମନେ ରହିବ ବୋଲି କହିଛନ୍ତି |

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିଥିଲେ| କିଛି ସମୟ ପରେ ନିଜର ଟ୍ୱିଟର ଆକାଉଣ୍ଟ ଫଟୋ ମଧ୍ୟ ବଦଳାଇ ଦେଇଥିଲେ| ଏଫଓ ଫଟୋରେ ମୋଦି ନିଜ ବେକରେ ପକାଇଥିବା ଗାମୁଛାରେ ନାକ ଓ ମୁହଁକୁ ଢାଙ୍କି ରଖିଛନ୍ତି | କରୋନା ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ନିଜ ମୁହଁକୁ ମାସ୍କ, ରୁମଲ କିମ୍ବା ଗାମୁଛାରେ ଢାଙ୍କି ସଚେତନ ରହିବାକୁ ଲୋକଙ୍କୁ ଅପିଲ କରିଥିଲେ |

ନିକଟରେ ମୋଦି ନିଜର ସଂସଦୀୟ କ୍ଷେତ୍ର ବାରଣାସୀର ବିଜେପି ଜିଲ୍ଲା ସଭାପତି ହଂସରାଜ ବିଶ୍ୱକର୍ମାଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ ଏବଂ କାଶୀ ପରିସ୍ଥିତି ପଚାରି ବୁଝିଥିଲେ | ଏତିକିବେଳେ ସେ ଫ୍ୟାସନେବଲ ମାସ୍କ ବଦଳରେ ଗାମୁଛା ବ୍ୟବହାର କରିବାକୁ କହିଥିଲେ | ସେ କହିଥିଲେ ଯେ ମାସ୍କ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପାଇଁ ସୁବିଧାଜନକ| ଉତ୍ତର ପ୍ରଦେଶରେ ଲୋକେ ମୁଣ୍ଡରେ ଗାମୁଛା ବାନ୍ଧିଥାନ୍ତି ଅଥବା ବେକରେ ଗାମୁଛା ପକାଇଥାନ୍ତି | ଲୋକେ ସେହି ଗାମୁଛାରେ ମୁହଁକୁ ଢାଙ୍କିବା ଅଭ୍ୟାସ କରନ୍ତୁ ବୋଲି ମୋଦି ସମସ୍ତଙ୍କୁ ଉପଦେଶ ଦେଇଥିଲେ |

   Related Posts