କରୋନା ପାଇଁ ବିବାହ ବାତିଲ୍‌ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 23, 2022 IST

ନୂଆଦିଲ୍ଲୀ ୨୩/୦୧; କରୋନା ମହାମାରୀ ପାଇଁ ସମସ୍ତେ ଚିନ୍ତାରେ ରହିଛନ୍ତି। କରୋନା କଟକଣା ପାଇଁ ନିୟମ କଡାକଡି ହୋଇଛି। ମହାମାରୀ ପାଇଁ ବିବାହ ସମାରୋହରେ ମଧ୍ୟ ନିୟମକୁ କଡାକଡି ପାଳନ କରାଯାଇଛି। ଯେଉଁଥିପାଇଁ ଅନେକ ଲୋକ ବାହାଘରକୁ ବାତିଲ୍‌ କରିଥିବା ବେଳେ ସେଥିରୁ ବାଦ୍‌ ପଡିନାହାନ୍ତି ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଣ୍ଡା ଅର୍ଡନ୍‌। ଜେସିଂଣ୍ଡା ମଧ୍ୟ କରୋନା ମହାମାରୀ ପାଇଁ ତାଙ୍କ ବିବାହ ବାତିଲ୍‌ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।

ଜେସିଂଣ୍ଡା କହିଛନ୍ତି, ସବୁଠୁ ମୁଲ୍ୟବାନ ହେଉଛି ଆମ ଜୀବନ। ସବୁଠୁ ଅଧିକ କଷ୍ଟ ଲାଗେ ଯେତେବେଳେ ଆମ ପ୍ରିୟଜନ କେହି ଗୁରୁତର ହୋଇପଡେ। କରୋନା ମହାମାରୀ ସାଧାରଣ ଲୋକଙ୍କୁ ଯେତିକି ବ୍ୟଥିତ କରିଛି ମତେ ମଧ୍ୟ ସେତିକି ଚିନ୍ତାରେ ଛାଡିଛି।

ନ୍ୟୁଜିଲାଣ୍ଡରର ଉତ୍ତରିରୁ ନେଇ ଦକ୍ଷିଣୀ ଦୀପରେ କରୋଣା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ମଧ୍ୟରାତ୍ରରୁ କଟକଣାକୁ କଡାକଡି କରାଯାଇଛି। ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ବିଭିନ୍ନ ସମାରୋହରେ ସାମିଲ୍‌ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମ୍‌ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.