ଦୁନିଆର ସାତ ବଡ ଆର୍ଥିକ ଶକ୍ତିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ସଂପ୍ରତି ସ୍ଥିତି ମୁକାବିଲା ଉପରେ ରହିବ ଫୋକସ୍

Published By : Prameya-News7 Bureau | June 12, 2021 IST

ନୂଆଦିଲ୍ଲୀ ୧୨।୦୬: ବ୍ରିନେଟରେ ଚାଲିଥିବା ଜି ୭ ସମୂହର ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ସଂପ୍ରତି ସାରା ଦୁନିଆ ମହାମାରୀ ସହ ସଂଘର୍ଷ କରୁଛି। ଏମିତିରେ ସାତ ବଡ ଆର୍ଥିକ ଶକ୍ତି ଜି-୭ ସମ୍ମିଳନୀରେ କୋଭିଡ୍-୧୯ ଏବଂ ଏଥିରେ ଉତ୍ପନ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵାରୋପ କରାଯାଉଛି।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜି-୭ ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିଲେ। ମାତ୍ର ଦେଶରେ ବଢୁଥିବା କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ମୋଦୀ ବ୍ରିଟେନ୍ ଗସ୍ତ ବାତିଲ୍ କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ଓ ଜୁନ ୧୩ ତାରିଖ ଭର୍ଚୁଆଲ ମାଧ୍ୟମରେ ବୈଠକରେ ସାମିଲ ହେବେ।

wp:html /wp:html

ଜି-୭ ଦେଶଗୁଡିକ ଶନିବାର ଆଲୋଚାନରେ ଗରିବ ଦେଶଗୁଡିକରେ ଆନୁସଙ୍ଗିକ ଭିତ୍ତିଭୂମି ସୁଧାରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଚୀନର ଓ୍ଵାନ ବେଲ୍ଟ ଓ୍ଵାନ ରୋଡ୍(ଓବିଓଆର) ପ୍ରକଳ୍ପ ବିରୋଧରେ ରହିଛି। ଏହି ଯୋଜନାର ନେତୃତ୍ଵ ନେବ ଆମେରିକା। ଜି-୭ ନେତାଙ୍କ ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ପ୍ରସ୍ତାବ ରଖିଥିଲେ।

ଏହି ଦୁଇ ବର୍ଷରେ ପ୍ରଥମ ଥର ଦୁନିଆର ସାତ ବଡ ଆର୍ଥିକ ଶକ୍ତିର ରାଷ୍ଟ୍ର ମୁଖ୍ୟ ଏକ ସଙ୍ଗେ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ଚୀନ ଏବଂ ରୁଷ ଅଲଗା କାରଣରୁ ଜି ୭ର ଅଂଶ ନୁହନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.