ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ପଜିଟିଭ୍

Published By : Prameya-News7 Bureau | March 27, 2020 IST

ଲଣ୍ଡନ ୨୭।୦୩: ମହାମାରୀ କରୋନା ଭାଇରସ ବିଶ୍ଵରେ ୧୭୦ରୁ ଅଧିକ ଦେଶକୁ କବଳିତ କରି ସାରିଲାଣି। ଏହି ରୋଗରେ ନା ଧନୀ ନା ଗରିବ ନା ନେତା ନା ସେଲିବ୍ରିଟି ନା ସର୍ବୋଚ୍ଚ ପଦରେ ଅଧିଷ୍ଠିତ ବ୍ୟକ୍ତି କେହି ବର୍ତ୍ତି ନାହାନ୍ତି। ବ୍ରିଟେନ ରାଜପରିବାରର ପ୍ରିନ୍ସ ଚାର୍ଲ୍ସ କରୋନାରେ ସଂକ୍ରମିତ ହେବା ପରେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ରକ୍ତ ନମୂନା ଓ ସ୍ଵାବ ପରୀକ୍ଷା ପରେ ରିପୋର୍ଟରେ କରୋନା ପଜିଟିଭ୍ ମିଳିଛି।

ଏହା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ, ପ୍ରିନ୍ସ ଚାର୍ଲ୍ସଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି କରୋନା  ସଂକ୍ରମିତ ହୋଇ ସାରିଛନ୍ତି। କରୋନା ଲକ୍ଷଣ ମିଳିବା ପରେ  ପ୍ରଧାନମନ୍ତ୍ରୀ ୫୫ ବର୍ଷୀୟ ବୋରିସ୍ ଜନସନ କ୍ଵାରେନଟାଇନରେ ଥିଲେ। ହେଲେ ଏବେ ପରୀକ୍ଷା ରିପୋର୍ଟରୁ କରୋନା ପଜିଟିଭ୍ ଥିବା ଜଣା ପଡିଛି। ଏବେ ସେ ନିଜକୁ ଡ୍ରାଉନିଙ୍ଗ ଷ୍ଟ୍ରିଟରେ ଆଇସୋଲେଟେଡ୍ କରିବା ସହିତ ଘରେ ରହି  କାମ କରୁଛନ୍ତି। ଏହି ଖବର ଏବେ ବ୍ରିଟେନ ପ୍ରଶାସନକୁ ଚିନ୍ତାରେ ପକାଇଛି।

wp:core-embed/twitter {"url":"https://twitter.com/BorisJohnson/status/1243496858095411200?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243496858095411200\u0026ref_url=https%3A%2F%2Fwww.theguardian.com%2Fpolitics%2Flive%2F2020%2Fmar%2F27%2Fuk-coronavirus-live-rough-sleepers-nhs-applause-covid-19-latest-news","type":"rich","providerNameSlug":"twitter","className":""}
https://twitter.com/BorisJohnson/status/1243496858095411200?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243496858095411200&ref_url=https%3A%2F%2Fwww.theguardian.com%2Fpolitics%2Flive%2F2020%2Fmar%2F27%2Fuk-coronavirus-live-rough-sleepers-nhs-applause-covid-19-latest-news
/wp:core-embed/twitter

ଉଲ୍ଲେଖଯୋଗ୍ୟ, ୟୁରୋପରେ ବେଲଜିୟମ ଓ ନେଦରଲାଣ୍ଡର ସ୍ଥିତି ନିୟନ୍ତ୍ରଣରେ ରହିଥିବା କୁହାଯାଉଛି । ବେଲଜିୟମରେ ଗୋଟିଏ ଦିନରେ ୪୨ ଓ ନେଦରଲାଣ୍ଡରେ ୭୮ ଜଣଙ୍କ ମୃତ୍ୟୁ ଘଟିଛି । ଫ୍ରାନ୍ସରେ ଗତ ୨୪ ଘଂଟାରେ ୩୬୫ ଓ ଇଂଲଣ୍ଡରେ ୧୧୫  ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଜର୍ମାନୀ ଓ ସ୍ୱିଜରାଲଣ୍ଡରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ୟୁରୋପରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସମଗ୍ର ଦୁନିଆରେ ଗୁରୁବାର ଅପରାହ୍ନ ସୁଦ୍ଧା ସଂକ୍ରମିତ ସଂଖ୍ୟା ୫ ଲକ୍ଷ ୩୦ ହଜାରକୁ ବୃଦ୍ଧି ଘଟିଥିବା ବେଳେ ୨୪ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି । ଏଥିରୁ ୧ ଲକ୍ଷ ୨୩ ହଜାର ୩୮୦ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି । ମାତ୍ର ୨୦ ହଜାର ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.