ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳୁନି, ହରିଲୁଟ କରୁଛନ୍ତି ବଡବଡିଆ

Published By : Prameya-News7 Bureau | December 12, 2018 IST

ଯାଜପୁର ୧୨|୧୨: ଗରିବଙ୍କ ପାଇଁ ସରକାରଙ୍କ କେତେ କଣ ଯୋଜନା ।ହେଲେ ଯୋଜନା ଯାହା ପାଇଁ, ସତରେ ସିଏ ଏହାର ଫାଇଦା ନିଏ ତ?  ନା କିଛି ଦୁର୍ନୀତିଖୋର ଯୋଗୁଁ ଯୋଜନା ସବୁ ଫସରା ଫାଟେ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳୁଛି ନା ସରପଞ୍ଚ-ବ୍ଲକ କର୍ମଚାରୀଙ୍କମିଲି ଭଗତରେ ହରିଲୁଟ୍ ଚାଲିଛି ?  ଯାଜପୁରର ନାଥ ସାହିପଞ୍ଚାୟତରୁ ଦେଖିବା ଆମର ଏଇ ରିପୋର୍ଟ ।

{"id":63033}

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା । ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ । ଦିବ୍ୟାଙ୍ଗ ପରିବାର ମଧ୍ୟ ହିତାଧିକାରୀ ତାଲିକାରୁ ବାଦ୍ । ତାଲିକାରେ ନାଁ ଅଛି, ହେଲେ ବର୍ଷ ବର୍ଷର ଅପେକ୍ଷା ପରେ ବି ଘର ଖଣ୍ଡେ ନାହିଁ ।  ହେଲେ ଥିଲାବାଲା, ବଡ଼ ବଡ଼ବଡ଼ିଆ ଅସାଧୁ ଉପାୟରେ ହାତେଇଛନ୍ତି ଏକାଧିକ ଘର । ସରପଞ୍ଚଙ୍କ ସହ ବ୍ଲକ କର୍ମଚାରୀଙ୍କ ମିଳିମିଶି ସବୁ କଳା କାରବାର ଚଳାଇଥିବା ଅଭିଯୋଗ ହେଇଛି ।  ଯାଜପୁର ନାଥ ସାହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବିକରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଲୋକେ ।  

ଏଠି ଦଳୀୟ ଭିତ୍ତିରେ ଘର ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କୁଲିଖିତ ଅଭିଯୋଗ ଦେଲା ପରେ ଦୁର୍ନୀତିର ତଦନ୍ତ ଲାଗି ନିର୍ଦ୍ଦଶେ ଦିଆଯାଇଛି । ଯଦି ନିରପେକ୍ଷ ତଦନ୍ତନ କରାଯାଏ ତାହାଲେ ରାସ୍ତା ରୋକ କରି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସେପଟେପ୍ରଧାନୀମନ୍ତ୍ରୀ ଆବାସ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି । ଘୋଟାଲାରେ ଯିଏବି ସଂପୃକ୍ତ ଥିବେ ସେମାନଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  ଯାଜପୁର ବ୍ଲକ ବିଡିଓ । 

{"id":63034}

ପ୍ରଶାସନ ପକ୍ଷରୁ ଆବାସ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଥିବା ବେଳେ ସରପଞ୍ଚ ଗଣମାଧ୍ୟମ ସାମ୍ନାକୁ ନଆସିବା  ଅନେକ ପ୍ରଶ୍ନ ଏବଂ ସନ୍ଦେହ ଡାକିଆଣିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.