ଗଞ୍ଜେଇ ବ୍ୟବସାୟୀ ବିଭୁଦାଶ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 23, 2020 IST

ସାନଖେମୁଣ୍ଡି୨୩/୧୨: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଜଙ୍ଗଲରେ ଗତ ମେ ମାସ ୨୩ ତାରିଖରେ ଅପହରଣ ପରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ର କରି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ତାରିଣୀ ମଣ୍ଡଳକୁ ଗିରଫ କରିବା ସହ ପାଟପୁର ପୋଲିସ କୋର୍ଟ ଚାଲାଣ କରିଛି। ଗତ ମେ ୨୩ ତାରିଖରେ ତପ୍ତପାଣି ନିକଟସ୍ଥ ଶ୍ରୀରାମନଗର ଗ୍ରାମରୁ ୨ ଜଣ ଯୁବକଙ୍କୁ ଅପହରଣ କରାଯାଇଥିଲା। ତା ପରଦିନ ଜଣେ ଯୁବକ ଆହତ ଅବସ୍ଥାରେ ମୁର୍ମୂଷ ଭାବେ ଖସି ଆସିଥିଲେ। ଏପ୍ରିଲ ୨୭ ତାରିଖ ବୁଧବାର ଦିନ ପାଟପୁର ପୋଲିସ ଅପହୃତ ବିଭୁର ହାତଗୋଡ଼ ବନ୍ଧା ଗଳିତ ମୃତଦେହକୁ ଖପରାବାଡ଼ ଘୋଡାଆମ୍ବ ରାସ୍ତା ଗୋଛାଗୁଡା ଜଙ୍ଗଲର ସୁଳିଆ ପର୍ବତ ଉପରୁ ଉଦ୍ଧାର କରିଥିଲା।


ତପ୍ତପାଣି ନିକଟସ୍ଥ ଶ୍ରୀରାମନଗର ଗ୍ରାମର ତାରିଣୀ ମଣ୍ଡଳ ସହ ଗଞ୍ଜେଇ ବ୍ୟବସାୟ ଜନିତ ଶତ୍ରୁତା ସହ ମାଲ ନେଇ ଟଙ୍କା ପୈଠ ନକରିବା କାରଣରୁ ଅପହରଣର ବ୍ଲୁ ପ୍ରିଣ୍ଟ କରିଥିବା ତାରିଣୀ ଅପହରଣ ପରେ ହତ୍ୟା କରିବାର ଷଡଯନ୍ତ୍ର ରଚିଥିଲା। ଶେଷରେ ସହଯୋଗୀମାନଙ୍କୁ ନେଇ ହାତଗୋଡ଼ ବାନ୍ଧି ମାଡ଼ମାରି ହତ୍ୟା କରିଥିଲା। ହତ୍ୟାକାଣ୍ଡର ୭ ମାସ ପର୍ଯ୍ୟନ୍ତ ପୋଲିସକୁ ଚକମା ଦେଇଥିବା ମୁଖ୍ୟ ଅଭିଯୁକ୍ତ ଗିରଫ। ବୁଧବାର ପାଟପୁର ପୋଲିସ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.