ଅନୁଗୋଳ ଜୁଭେନାଇଲ୍ ଜେଲ୍‌କୁ ଆସିଲା ପରୀ ମାମଲାର ମୁଖ୍ୟ ଅଭିଯୁକ୍ତ, ନାବାଳକ ଦର୍ଶାଇଥିଲେ ପକ୍ସୋ କୋର୍ଟ

Published By : Prameya-News7 Bureau | January 06, 2021 IST

ଅନୁଗୋଳ ୬।୧: ନୟାଗଡ ଜିଲ୍ଲା ଯଦୁପୁର ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଅନୁଗୋଳ ଜୁଭେନାଇଲ ଜେଲକୁ ସ୍ଥାନାନ୍ତର କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଅଭିଯୁକ୍ତକୁ ଜେଲକୁ ଅଣାଯାଇଛି । ସ୍ଵତନ୍ତ୍ର ସୁରକ୍ଷା ବଳୟ ଭିତରେ ତାକୁ ଜେଲ୍ କୁ ଅଣାଯାଇଛି । ତେବେ ତାର ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ସୂଚନା ମିଳିଛି ।

{"id":387652,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଅଭିଯୁକ୍ତକୁ ନାବାଳକ ଦର୍ଶାଇଥିଲେ ପକ୍ସୋ କୋର୍ଟ । ଜୁଭେନାଇଲ କୋର୍ଟକୁ ମାମଲା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମଙ୍ଗଳବାର ପକ୍ସୋ କୋର୍ଟରେ ଶୁଣାଣି ହୋଇଥିଲା । ଅଭିଯୁକ୍ତର ବୟସକୁ ନେଇ ଚାଲିଥିଲା ଶୁଣାଣି । ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ଏସଆଇଟି ।

{"id":387653,"sizeSlug":"large","linkDestination":"none"}

ଅଭିଯୁକ୍ତ ନାବାଳକ ଥିବାରୁ ତାର ଶୁଣାଣି ଜୁଭେନାଇଲ କୋର୍ଟରେ କରିବାକୁ ଅଭିଯୁକ୍ତର ଓକିଲ କୋର୍ଟରେ ଆବେଦନ କରିଥିଲେ । ଏ ନେଇ ତାର ଜନ୍ମ ସାର୍ଟିଫିକେଟ୍ ଏବଂ ମାଟ୍ରିକ୍ ସାର୍ଟିଫିକେଟ୍ କୋର୍ଟରେ ଦାଖଲ କରିଥିଲେ ଅଭିଯୁକ୍ତର ଓକିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.