ତପନ ନାୟକ ହତ୍ୟାକାଣ୍ଡ ଘଟଣା : ଆନ୍ଧ୍ରପ୍ରଦେଶରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
23/07/2019 at 12:03 PM

କଟକ ୨୩|୭: କଟକ ଜୋବ୍ରା ତପନ ନାୟକ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁନ୍ନା ରେଡ୍ଡିକୁ ଗିରଫ କରିଛି ପୋଲିସ । ଆନ୍ଧ୍ରପ୍ରଦେଶରୁ ଗିରଫ କଲା ମାଲଗୋଦାମ ପୋଲିସ । ପୂର୍ବରୁ ଏହି ଘଟଣାରେ ହାପି ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ୧୦ତାରିଖରେ କଟକ ଜୋବ୍ରା ମାଛ ମାର୍କେଟରେ ଛୁରାମାଡରେ ତପନ ନାୟକଙ୍କ ମୃତ୍ୟୁ ହୋଇଥିଲା । ବେଆଇନ ମାଛମରାକୁ କେନ୍ଦ୍ର କରି ଘଟିଥିଲା ହତ୍ୟାକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଛୁରାମାଡ ହୋଇଥିଲେ ।
Related Posts
ମାଛ ଜାଲରେ ଫସିଗଲା ଅଜଗର, ଘଣ୍ଟାଏ ପରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ
25 January 2021