Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା : ସିବିଆଇ ସ୍ପେଶାଲ କୋର୍ଟରେ ହାଜର ପରେ ଜେଲ୍ ଗଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ

22/02/2021 at 5:40 PM

ଭୁବନେଶ୍ବର ୨୨।୨: ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଜେଲ୍ ଗଲା । ସିବିଆଇ ସ୍ପେଶାଲ କୋର୍ଟରେ ହାଜର ପରେ ଅଭିଯୁକ୍ତ ବିବନ ଜେଲ୍ ଯାଇଛି ।

ସିବିଆଇ ଆଖିରେ ଧୂଳି ଦେଇ ୨୨ ବର୍ଷ ଧରି ବୁଲୁଥିବା ବିବନ ।  କମିଶନରେଟ୍‌ ପୋଲିସ ମାଡିବସିଲା । ବହୁ ଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ପାଇଁ ଦିନେ ରାଜ୍ୟର ରାଜନୀତି ହୁଲସ୍ତୁଲ ହୋଇଥିଲା ।  ବିବନକୁ ପୁନେରୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।  ସିବିଆଇ ଆଖିରେ ଧୁଳିଦେଇ ପୁନେରେ ଲୁଚିଥିଲା ।  ସବୁ ନାଁ ଗାଁ ଠିକଣା ବଦଳେଇ ଦେଇଥିଲା ।   ଜଳନ୍ଧର ସ୍ବାଇଁ ନାଁରେ ପୁନେରେ ରହୁଥିଲା ବିବନ । ମହାରାଷ୍ଟ୍ର ପୋଲିସ ସହାୟତାରେ କମିଶନରେଟ୍ ପୋଲିସ ବିବନକୁ ଗିରଫ କରିଛି ।  ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ୧୯୯୯ ଜାନୁଆରୀ ୨୬ରେ ଗିରଫ ହୋଇଥିଲେ । ତେବେ ସେହିଦିନଠାରୁ ଫେରାର ଥିଲା ବିବନ।

ନାଁ ବଦଳାଇ ରହୁଥିବା ବିବନକୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ଗଢିଥିଲା ସ୍ବତନ୍ତ୍ର ଟିମ୍‌ । ଏହି ଅପରେସନର ନାଁ ଦିଆଯାଇଥିଲା  ‘ସାଇଲେଣ୍ଟ ଭାଇପର’ । ୩ ମାସ ପୂର୍ବରୁ ଏଥିପାଇଁ ଜାଲ ବିଛାଇଥିଲା କମିଶନରେଟ ପୋଲିସ । ପୋଲିସ କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା ।  ୩ ମାସ ତଳେ ଚୌଦ୍ବାର ଜେଲରେ ଥିବା ଅପରାଧୀ ଧିରେନ୍ଦ୍ରକୁ ଭେଟିଥିଲେ କମିଶନର । ବିବନକୁ ସହଯୋଗୀମାନେ ବିକେ ବା ବାରଙ୍ଗ କିଙ୍ଗ୍ ବୋଲି ଡାକୁଥିବା ପୋଲିସ ଜାଣିବାକୁ ପାଇଥିଲା। ମଝିରେ ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା ।  

ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କରିଥିଲା ପୋଲିସ । ଜଣାପଡ଼ିଥିଲା ନାଁ ବଦଳାଇ ବିବନ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ବାଇଁ ନାଁରେ ରହୁଛି। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରିଥିଲା । ଭୋଟର ପରିଚୟ ପତ୍ର, ଆଧାର କାର୍ଡ ସମେତ ବ୍ୟାଙ୍କ ପାସ୍‌ବୁକ୍ ବି ଜଳନ୍ଧର ସ୍ବାଇଁ ନାଁରେ କରିଥିଲା ।  କେବଳ ସେତିକି ନୁହେଁ ବିବନ ବିଶ୍ବାଳ ମରିଯାଇଥିବା ନେଇ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ କରିବାରେ ସେ କୁଆଡ଼େ ଲାଗିଥିଲା । ପୋଲିସ କିନ୍ତୁ ଟ୍ରାକ୍ କରି ପହଞ୍ଚିଥିଲା ବିବନ ଓରଫ ଜଳନ୍ଧର ପାଖରେ। ପୋଲିସକୁ ଦେଖି ସେଠିବି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା କିନ୍ତୁ ୨୨ ବର୍ଷର ଖେଳ ସରିଯାଇଥିଲା।  

   Related Posts