ସ୍କର୍ପିଓ ଗାଡିରୁ ୫୧ଲକ୍ଷ ଟଙ୍କା ଜବତ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | January 31, 2020 IST

ଲମତାପୁଟ ୩୧।୧: ସ୍କର୍ପିଓ ଗାଡିରୁ ୫୧ ଲକ୍ଷ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧର୍ମେନ୍ଦ୍ର ଗୁପ୍ତା  ଗିରଫ  ।   ଗତ ୨୨ ତାରିଖରେ   ମାଛକୁଣ୍ଡ ପୋଲିସ ଏବଂ ଲମତାପୁଟ  ବିଏସଏଫ ୧୫ ନମ୍ବର  ବାଟାଲିୟନ କଡ୍ରି ଗ୍ରାମ ନିକଟରେ ନାକାବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ ।  ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ମାହିନ୍ଦ୍ରା ସ୍କର୍ପିଓ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ୫୧ଲକ୍ଷ ୧୬ହଜାର  ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଥିଲେ ।  ଏହି ଜବତ ଟଙ୍କା ଆନ୍ଧ୍ର ସୀମାନ୍ତବର୍ତ୍ତି  ଅଞ୍ଚଳକୁ କିଛି ଗଞ୍ଜେଇ କିଣିବା ପାଇଁ ଯାଉଥିବା ସୂଚନା ଦେଇଥିଲା ପୋଲିସ ।  ସଙ୍ଗେ ସଙ୍ଗେ ୨୪  ତାରିଖରେ ଆଉ ଦୁଇ ଅଭଯୁକ୍ତଙ୍କୁ  ଗିରଫ କରିଥିଲା ପୋଲିସ ।

{"id":218022,"sizeSlug":"large"}

ଅତିରିକ୍ତ ଜିଲ୍ଲା ଆରକ୍ଷୀ  ଅଧିକାରୀ  ପ୍ରେସମିଟ କରି କହିଛନ୍ତି ଯେ, ଏହି ଘଟଣାରେ ମାଛକୁଣ୍ଡ ପୋଲିସ  ୫୧ଲକ୍ଷ ୧୬ହଜାର ଟଙ୍କା ସହ ଗାଡିକୁ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଥିଲା ।  ପରବର୍ତ୍ତି ସମୟରେ ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । 

{"id":218023,"sizeSlug":"large"}

ଅଭିଯୁକ୍ତଙ୍କୁ ପଚରାଉଚରା ପରେ  ବହୁ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସକୁ ସଫଳ ମିଳିଛି । ନବରଙ୍ଗପୁର କସାଗୁମୁଡା ଧର୍ମେନ୍ଦ୍ର ଗୁପ୍ତାଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରହିଛି ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବହୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି । ଏହି ଅପରାଧିକ କଳା କାରନାମାର ଚେର  ଝାରଖଣ୍ଡ ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.