ପ୍ରାଥମିକ ଶିକ୍ଷକଙ୍କ କ୍ୟାଡରର ପୁନର୍ଗଠନ ସହ ବଢ଼ିଲା ଗ୍ରେଡ୍ ପେ : ୭୨ ହଜାର ୫୬୩ ଜଣ ଶିକ୍ଷକ ହେବେ ଉପକୃତ

Published By : Prameya-News7 Bureau | October 04, 2018 IST

ଭୁବନେଶ୍ବର୪|୧୦: ପ୍ରାଥମିକ ଶିକ୍ଷକଙ୍କ କ୍ୟାଡରର ପୁନର୍ଗଠନ ସହ ବଢ଼ିଲା ଗ୍ରେଡ୍ ପେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରାଥମିକ ଶିକ୍ଷକଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ଏଣିକି ପ୍ରାଥମିକ ଶିକ୍ଷକମାନେ ସେମାନଙ୍କ ଚାକିରି କାଳ ମଧ୍ୟରେ ଅତିକମରେ ୩ଟି ପଦୋନ୍ନତି ପାଇବେ । କ୍ୟାଡର୍ ପୁନର୍ଗଠନ ଦ୍ବାରା ରାଜ୍ୟର ୭୨ ହଜାର ୫୬୩ ଜଣ ଶିକ୍ଷକ ଉପକୃତ ହେବେ । ପ୍ରାଥମିକ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ଦଶହରା ଭେଟି । ସେମାନଙ୍କ ଦୀର୍ଘ ଦିନର ପ୍ରମୁଖ ଦାବି ପୂରଣ । କ୍ୟାଡର୍ ପୁନର୍ଗଠନ ଓ ଗ୍ରେଡ୍ ପେ ବୃଦ୍ଧିକୁ ଅନୁମୋଦନ କଲେ ରାଜ୍ୟ ସରକାର । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏଣିକି ପ୍ରାଥମିକ ଶିକ୍ଷକମାନେ ସେମାନଙ୍କ ଚାକିରିକାଳ ମଧ୍ୟରେ ୩ଟି ପଦୋନ୍ନତି ପାଇବା ନିଶ୍ଚିତ ଏଲିମେଣ୍ଟାରୀ କ୍ୟାଡରରେ ବରିଷ୍ଠ ଶିକ୍ଷକ, ସ୍ନାତକ ଶିକ୍ଷକ ଏବଂ ବରିଷ୍ଠ ପ୍ରଧାନ ଶିକ୍ଷକ ପଦ ସୃଷ୍ଟି କରାଯାଇଛି । ଲେବୁଲ୍ ଟୁ ଏବଂ ଲେବୁଲ୍ ଫୋର୍ ପଦସଂଖ୍ୟା ଯଥେଷ୍ଟ ବଢ଼ାଇ ଦିଆଯାଇଛି । କ୍ୟାଡର୍ ପୁନର୍ଗଠନ ଦ୍ବାରା ରାଜ୍ୟର ୭୨ ହଜାର ୫୬୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବାକୁ ଯୋଗ୍ୟ ବିବେଟିତ ହେବେ ଗ୍ରେଡ୍ ପେ ୨୨ ଶହ ଟଙ୍କାରେ ପ୍ରାଥମିକ ଶିକ୍ଷକମାନେ ଚାକିରି ଆରମ୍ଭ କରୁଥିଲେ । କିନ୍ତୁ କ୍ୟାଡର୍ ପୁନର୍ଗଠନ ହୋଇ ନଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିନା ପଦୋନ୍ନତିରେ ଅବସର ନେଉଥିଲେ । ଯେଉଁଥି ପାଇଁ ପ୍ରାଥମିକ ଶିକ୍ଷକମାନେ ୨ ବର୍ଷ ହେବ ଦାବି କରି ଆସୁଥିଲେ । ଏବେ କ୍ୟାଡର୍ ପୁନର୍ଗଠନ ହୋଇଥିବାରୁ ସେହି ଅନୁସାରେ ୨୪ ଶହ ଏବଂ ୨୮ ଶହ ଗ୍ରେଡ୍ ପେ ପାଇପାରିବେ ପଦୋନ୍ନତି ପାଉଥିବା ଶିକ୍ଷକମାନେ ରାଜ୍ୟ ସରକାର ସିଧାସଳଖ ଗ୍ରେଡ୍ ପେ ବଢ଼ାଇ ନଥିଲେ ମଧ୍ୟ ପଦୋନ୍ନତି ମାଧ୍ୟମରେ ପରୋକ୍ଷରେ ତାହା କରିଛନ୍ତି । ଯାହାକୁ ନେଇ ପ୍ରାଥମିକ ଶିକ୍ଷକ ସଂଘ, ଖୁସି ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.