Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପୂଜାରୀଙ୍କ ପରିବାରର ଧାରଣା ଶେଷ, ଦାବି ମାନିଲେ ଗେହଲଟ ସରକାର, ୧୦ ଲକ୍ଷ ଟଙ୍କା ସହ ପୀଡିତ ପରିବାରକୁ ଦେବେ ସରକାରୀ ଚାକିରୀ

10/10/2020 at 5:57 PM

କରୋଲି ୧୦।୧୦: ରାଜସ୍ଥାନର କରୋଲିରେ ପୋଡି ପୂଜାରୀଙ୍କ ହତ୍ୟା ମାମଲାରେ ଗେହଲଟ ସରକାର ପୀଡିତ ପରିବାରଙ୍କ ଦାବି ମାନି ନେଇଛନ୍ତି। ରାଜସ୍ଥାନ ସରକାରଙ୍କ ତରଫରୁ ପୀଡିତା ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ପୀଡିତ ପରିବାରକୁ ଏକ ଲକ୍ଷ ଟଙ୍କା ଦିଆଯିବ।

ଏହି ଘଟଣା ପରେ ସପୋଟରା ଥାନା ଅଧିକାରୀଙ୍କୁ ପଦରୁ ହଟାଇ ଦିଆଯାଇଛି। କେବଳ ଏତିକି ନୁହେଁ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ ମଧ୍ୟ କରାଯିବ। ଏହା ପୂର୍ବରୁ ପୂଜାରୀ ବାବୁଲାଲଙ୍କ ପରିବାର ଶନିବାର ଅନ୍ତିମ ସଂସ୍କାର କରିବାକୁ ମନା କରି ଦେଇଥିଲେ। ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଦାହ ସଂସ୍କାର ହେବ ନାହିଁ ବୋଲି ପରିବାର ଲୋକ ରୋକ୍‌ ଠୋକ୍‌  ଗେହଲଟ ପ୍ରଶାସନକୁ କହିଥିଲେ। ଅଭିଯୁକ୍ତଙ୍କ ଗିରଫଦାରୀ ହେବା ନେଇ ଆଶ୍ଵାସନା ମିଳିବାପରେ ପୀଡିତ ପରିବାର ଧାରଣାରୁ ଓହରି ଯାଇଛନ୍ତି।

ପୂଜାରୀଙ୍କ ହତ୍ୟା ପରେ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟପାଳଙ୍କ ସହିତ ଆଲୋଚନା କରିଥିଲେ। ରାଜ୍ୟପାଳ ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ଜାରି ରହିଥିବା ପୀଡିତ ପରିବାରକୁ ଆଶ୍ଵାସନା ଦେବା ସହ ଦୋଷୀଙ୍କୁ  ଛଡା ଯିବ ନାହିଁ  ବୋଲି ଗେହଲଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନର କରୋଲିରେ ବଦମାସମାନେ ପୂଜାରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ। ଜୟପୁରର ସଓ୍ଵାଇ ମାଧୋ ସିଂହ ହସ୍ପିଟାଲରେ ପୂଜାରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ରାଜସ୍ଥାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

   Related Posts