Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ବିନା ଅନୁମତିରେ ବାହାଘର କରାଇଲେ ବନ୍ଧା ହେବେ ପୁରୋହିତ: ରୁଜୁ ହେବ ମାମଲା, ଟ୍ୱିଟ୍ କଲେ ଜିଲ୍ଲାପାଳ, ନିୟମ ଭିତରେ ବିବାହ ଉତ୍ସବ

1/07/2020 at 5:20 PM

ଗଞ୍ଜାମ, ୦୧|୦୭:   ବିନା ଅନୁମତି ବିବାହ କଲେ ବନ୍ଧା ହୋଇପାରନ୍ତି ପୁରୋହିତ । ମାମଲା ମଧ୍ୟ ରୁଜୁ ହେବ । ଏପରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି କହିଛନ୍ତି ଯେ, ଜିଲ୍ଲାରେ କୌଣସି ବିବାହ ପାଇଁ ହେଲେ ପ୍ରଶାସନଠୁ ଅନୁମତି ଆଣିବାକୁ ପଡିବ । କମ୍ ସଂଖ୍ୟକ ଅତିଥିରେ ବିବାହ ଆୟୋଜନ କରିବା ବାଧ୍ୟତାମୂଳକ । ଯଦି ଏହାର କେହି ଖିଲାପ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ବିବାହ କାର୍ଯ୍ୟ ସମ୍ପାଦନ କରୁଥିବା ବ୍ରାହ୍ମଣ ଓ ପୁରୋହିତଙ୍କ ବିରୋଧରେ ମାମଲା ହେବ । ଏଫଆଇଆର ମଧ୍ୟ ରୁଜୁ ହେବ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ଲାଗୁ ରହିଛି । ଏହି ସମୟରେ ସଂକ୍ରମଣ ଏଡାଇବା ପାଇଁ ବିବାହ କାର୍ଯ୍ୟକ୍ରମକୁ ଅନୁମତି ମିଳିଥିଲେ ମଧ୍ୟ ଅଧିକ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ ଉପରେ ରୋକ୍ ଲାଗିଛି । ତେବେ କେତେକ ସ୍ଥାନରେ ଏହି ନିୟମର ଉଲଙ୍ଘନ ହେଉଥିବା ମଧ୍ୟ ଅଭିଯୋଗ ଆସୁଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପରିକି ଏହି ଜିଲ୍ଲା କରୋନା ହଟସ୍ପଟ୍ ତାଲିକାରେ ଆଗରେ ରହିଛି ।

   Related Posts