Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏମିତି ବି ଆସେ ମୃତ୍ୟୁ ; ଗାଡି ପୂଜା କରିବାବେଳେ ଚକା ତଳେ ଚାପିହୋଇ ପୂଜକଙ୍କ ମୃତ୍ୟୁ

18/05/2019 at 11:48 AM

ମାଲକାନଗିରି ୧୮|୫: ଏମିତି ବି ଆସିପାରେ ମୃତ୍ୟୁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦୁରକାଯୋଡି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଦୁରକାଯୋଡି ଗ୍ରାମର ତ୍ରିନାଥ ପୂଜାରୀ ନାମକ ଜଣେ ବ୍ୟକ୍ତି ଏକ ପିକଅପ୍ ଗାଡି କିଣି ପୂଜା ପାଇଁ ନେତାଲଗନ୍ଧି ଗ୍ରାମର ଚତୁରଭୁଜ ମହାନ୍ତି ନାମକ ଜଣେ ପୂଜକଙ୍କୁ ପୂଜା ପାଇଁ ଡାକିଥିଲେ ।

ସମସ୍ତ ରୀତିନୀତି ଅନୁଯାୟୀ ପୂଜକ ପୂଜା ସାରିବା ପରେ ଗାଡି ଚକ ତଳେ ଲେମ୍ବୁ ରଖି ଗାଡି ଚଳେଇବାକୁ ଗାଡି ମାଲିକଙ୍କୁ କହିଥିଲେ । ଏହାପରେ ଗାଡି ମାଲିକଙ୍କ ପୁଅ ଗାଡି ଚଳେଇବା ସମୟରେ ଗାଡି ଚକ ତଳେ ପଡି ପୂଜକଙ୍କ ମୃତ୍ୟୁ ହୋଇଛି । ଏ ନେଇ ମାଥିଲି ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts