ଓଡିଶା ପାଇଁ ଗର୍ବର ବିଷୟ, ୧୯ ବର୍ଷରୁ କମ ବିସିସିଆଇ ଦଳରେ ସାମିଲ୍ ହେଲେ ସୁଶୀଲ କୁମାର ବାରିକ

Published By : Prameya-News7 Bureau | October 22, 2021 IST

କଟକ ୨୨।୧୦: ଓଡିଶା ପାଇଁ ଗର୍ବର ବିଷୟ। ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଆଉ ପାଦେ ଆଗକୁ  ବଢିଛନ୍ତି ଯୁବ ଖେଳାଳି ସୁଶୀଲ କୁମାର ବାରିକ। ସୁଶୀଲ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି  ପାଇଁ ବିସିସିଆଇର ୧୯ ବର୍ଷରୁ କମ ଦଳରେ ସାମିଲ୍ ହୋଇଛନ୍ତି। ଚ୍ୟାଲେଞ୍ଜର ଟ୍ରଫି ଆସନ୍ତା ନଭେମ୍ବର ୩ରୁ ଅହମ୍ମଦାବାଦରେ ଖେଳାଯିବ। ଓସିଏ ପକ୍ଷରୁ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।

{"id":531585,"sizeSlug":"large","linkDestination":"none"}

ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ସଭାପତି ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ଏବଂ ଅନ୍ୟ କର୍ମକର୍ତ୍ତା ସୁଶୀଲ କୁମାର ବାରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓସିଏ ସୁଶୀଲଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛି ଯେ, ଆଶା କରୁଛୁ ସୁଶୀଲ ଆଗାମୀ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଜାତୀୟସ୍ତରରେ ଓଡିଶା କ୍ରିକେଟ୍ ଆସୋସିଏସନର ନାମ  ଉଜ୍ଜ୍ଵଳ କରିବେ। ଘରୋଇ କ୍ରିକେଟ୍‌ରେ ୧୯ ବର୍ଷରୁ କମ ଓଡିଶା ଦଳରେ ସୁଶୀଲ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସିଛନ୍ତି। ତାଙ୍କ ଖେଳରେ ପ୍ରବାହିତ ହୋଇ ବିସିସିଆଇ ତାଙ୍କୁ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ପାଇଁ ୧୯ ବର୍ଷରୁ କମ ଦଳରେ ସାମିଲ୍ କରିଛି।

ସର୍ବ ଭାରତୀୟ ସ୍ତରରେ ୧୯ ବର୍ଷରୁ କମ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ଦଳ ପାଇଁ ୬୦ ଜଣଙ୍କୁ ବିସିସିଆଇ ଚୟନ କରିଛୁ। ଏଥିରୁ ଏକ ମାତ୍ର ଓଡିଆ ଖେଳାଳି ଭାବେ ସୁଶୀଲ କୁମାର ବାରିକ ସ୍ଥାନ ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.