Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କମିଲା ପିଆଜ ଦର, ଅମଳ ପରେ ଆହୁରି କମିବ

4/01/2020 at 8:25 PM

ନୂଆଦିଲ୍ଲୀ ୦୪।୦୧: ଦେଶରେ ଧିରେ ଧିରେ ପିଆଜର ଦାମ୍ କମ୍‌ ହେବାରେ ଲାଗିଛି । ପିଆଜର ଆକଶଛୁଆଁ ଦାମ୍‌ରୁ ଏବେ ରକ୍ଷା ମିଳିଛି । ଦେଶର ସବୁଠାରୁ ବଡ ପିଆଜ ମଣ୍ଡି  ଲାସଲଗାଁଓରେ ପିଆଜର ପ୍ରତି କିଲୋଗ୍ରାମ ପିଛା ୩୫ଟଙ୍କା ଦରରେ ବିକ୍ରି ହେଉଛି।  ଗୋଟିଏ ମାସ ତଳେ ଏଠାରେ ପିଆଜର ଦାମ୍‌ କିଲୋଗ୍ରାମ ପ୍ରତି ୮୬ଟଙ୍କାଥିଲା । ସେହିପରି ଦିଲ୍ଲୀର ଆଜାଦପୁର ମଣ୍ଡିରେ ମଧ୍ୟ ପିଆଜ ଦାମ୍‌ ହ୍ରାସ ହୋଇ ଏବେ ପ୍ରତି କିଲୋଗ୍ରାମ ପିଛା  ୫୭ ଟଙ୍କା ରହିଛି । ବ୍ୟବସାୟୀଙ୍କ କହିବାନୁଯାୟୀ ଆସନ୍ତା ସପ୍ତାହରେ ପିଆଜର ଦାମ୍‌ ୫୦ଟଙ୍କା ତଳକୁ ଖସିଆସିବ ।

କେନ୍ଦ୍ରୀୟ ଖାଦ୍ୟ ଓ ଉପଭୋକ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି ଯେ, ମହାରାଷ୍ଟ୍ରର ନାସିକ ନିକଟ ଲାସଲଗାଓଁ ମଣ୍ଡିରେ ପିଆଜ କ୍ୱିଣ୍ଟାଲ ପିଛା ୩,୫୦୦ଟଙ୍କା ରହିଛି । ଗତମାସ ଏଠାରେ ପ୍ରତି କ୍ୱିଣ୍ଟାଲ ୮,୬୦୦ଟଙ୍କା ଥିଲା । ଶୁକ୍ରବାର ଆଜାଦପୁର ମଣ୍ଡିରେ ନାସିକରୁ ଆସୁଥିବା ପିଆଜର ଦର ୨,୧୦୦ ରୁ ୨,୨୦୦ଟଙ୍କା ରହିଥିଲା । ଭଲ କିସମର ପିଆଜ ଦାମ୍ ୨,୩୦୦ଟଙ୍କା ରହିଛି ।

ଆଜାଦପୁର ମଣ୍ଡିର ଜଣେ ବ୍ୟବସାୟୀଙ୍କ ଅନୁଯାୟୀ ପିଆଜ ମହଙ୍ଗା ହେବା ପରେ ଦିଲ୍ଲୀରେ ପିଆଜର ଚାହିଦା କମିବାର ଲାଗିଛି। ଏବେ ଦୈନିକ ପିଆଜ ଆମଦାନୀ କମି ୫୦ଟ୍ରକ ପହଞ୍ଚିଛି । ନାସିକ ଓ ଅଲବରରୁ ପ୍ରତି ଦିନ ୪୦ରୁ ୫୦ ଟ୍ରକ ପିଆଜ ଆସୁଥିବା ବେଳେ ୧୫ରୁ ୨୦ ଟ୍ରକ ଆମଦାନୀ କରାଯାଉଛି । ବ୍ୟବସାୟୀଙ୍କ ଅନୁସାରେ ବାହାରୁ ଆସୁଥିବା ପିଆଜରେ ଭାରତୀୟ ସ୍ୱାଦ ରହୁନଥିବାରୁ ଲୋକଙ୍କ ମଧ୍ୟରେ ଚାହିଦା କମୁଛି । ଆମଦାନୀ ପିଆଜର ଆକାର ମଧ୍ୟ ବଡ ହୋଇଥିବାରୁ ସାଧାରଣ ଲୋକ କିଣିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହିଭଳି ବଡ ପିଆଜ କେବଳ ହୋଟେଲେ ଚାହିଦା ରହିଛି ।

ଜଣେ ଅଧିକାରୀଙ୍କ କହିବାନୁଯାୟୀ ଦେଶରେ ଖରିଫ ରୁତରେ ହୋଇଥିବା  ଫସଲ ବହୁଶୀଘ୍ର ଅମଳ ହେବାକୁ ଯାଉଛି । ଏହାଆସିବା ପରେ ବଜାରକୁ ଛଡାଯିବ । ତେବେ ବିଦେଶରୁ ମଗାଯାଇଥିବା ୫୦,୦୦୦ଟନ୍‌ର ପିଆଜ ଖୁବଶୀଘ୍ର ଭାରତ ବନ୍ଦରରେ ଆସି ଲାଗିବ ।  

   Related Posts