ଏଥର କାଶ୍ମୀର ସେଓର ଦାମ କେତେ ହେବ ଜାଣନ୍ତୁ

Published By : Prameya-News7 Bureau | September 16, 2019 IST

ଜାମ୍ମୁ ୧୬|୯: ଜାମ୍ମୁ କାଶ୍ମୀର ସରକାର ସେଓ ଚାଷୀଙ୍କୁ ସେଓ ଉତ୍ପାଦନର ଲାଭକାରୀ ମୂଲ୍ୟ ବିଷୟରେ ଘୋଷଣା କରିଛନ୍ତି। ଅର୍ଥାତ ସର୍ବନିମ୍ନ ସହାୟକ ମୂଲ୍ୟ ଏହି ଘୋଷଣା ମାର୍କେଟ ଇଣ୍ଟରାକ୍ସନ ସ୍କିମ୍‌ ଜରିଆରେ କରାଯାଇଛି। ଉଦ୍ୟାନ ବିଭାଗ ଦ୍ବାରା ଜାରି କରାଯାଇଥିବା ଆଦେଶ ଅନୁସାରେ ଦିଲୱାଲେ ସେଓରେ ଏଗ୍ରେଡ୍‌ ୫୨, ବି ଗ୍ରେଡ ୩୬ ଓ ସି ଗ୍ରେଡରେ ୧୫.୭୫ ଟଙ୍କା ପ୍ରତି କିଲୋ ହିସାବ ଅନୁସାରେ ଦାମ ନିଆଯିବ।

{"id":158519}

ଏହି ସବୁ ସେଓକୁ  କାର୍ଡବୋର୍ଡ ଓ ଘାସରେ ପ୍ୟାକ୍‌ କରାଯିବ। କାର୍ଡବୋର୍ଡ ଟ୍ରେ ପ୍ୟାକିଂ ପାଇଁ ସ୍ବାଦିଷ୍ଟ ସେଓ ଗ୍ରେଡ ଏର ଦାମ ୫୩ ଓ ଗ୍ରେଡ ବି ର ଦାମ ୩୭ ପ୍ରତି କିଲୋ ହିସାବରେ ମିଳିବ। ଆମେରିକାରେ ଗ୍ରେଡ ଏ, ବି ଓ ସିର ମୂଲ୍ୟ ଯଥାକ୍ରମେ ୪୮,୩୨ ଓ ୧୮ ଟଙ୍କା ରହିବ। ମହାରାଜଜି କିସମ ସେଓର ମୂଲ୍ୟ ୪୦, ୨୫ ଓ ୧୯ ଟଙ୍କା ପ୍ରତି କିଲୋ କରାଯାଇଛି। ଫଳ ଉତ୍ପାଦକମାନଙ୍କୁ ଏହି ଏମ୍‌ଆଇଏସ ଯୋଜନାର ଭରପୁର ଫାଇଦା ଉଠାଇବାକୁ କୁହାଯାଇଛି।

{"id":158520,"width":556,"height":482}

ଏହି ଯୋଜନା ଅନୁସାରେ ନାଫେଡରୁ ସେଓ କିଣାଯିବ। ରାଜ୍ୟପାଳ ସତ୍ୟପାଲ ମଲିକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏବେ କାଶ୍ମୀରରୁ ଆସୁଥିବା ଫଳ ବଜାରରେ ମିଳିବା କଷ୍ଟକର ହୋଇଗଲାଣି। ଆଗାମୀ ଦିନରେ ଏହାର ଦାମ ବଢିପାରେ। କାଶ୍ମୀରରେ ଏବେ କଡା ସୁରକ୍ଷା ଯୋଗୁଁ ସେଓ, କୋଳି ଓ ନାଶପାତି ଟ୍ରାନ୍ସପୋର୍ଟରେ ପ୍ରଭାବ ପଡିଛି। ରାଜ୍ୟରେ ବହୁତ କମ ଟ୍ରକ ଚାଲୁଛି ଓ ମାଲ ଭଡା ୩୦ ପ୍ରତିଶତ ବଢିଛି। ଏଥିପାଇଁ ଫଳର ଦାମ ବଢିବାର ଆଶଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.