ନିର୍ଦ୍ଧାରିତ ହେଲା କରୋନା ଭ୍ୟାକ୍ସିନର ମୂଲ୍ୟ, ୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ ୧୧।୦୧: ଅକ୍ସଫୋର୍ଡ୍ସ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର କୋଭିଡ୍ ଭ୍ୟାକ୍ସିନ କୋଭିସିଲ୍ଡର ଏକ ଶିଶିର ମୂଲ୍ୟ ଭାରତରେ ୨୧୦ ଟଙ୍କା ହେବ। ଭ୍ୟାକସିନ ନିର୍ମାତାକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(SII)ର ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ ପ୍ରାଥମିକତା ତାଲିକାରେ ଥିବା ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ।  

ଭାରତ ସରକାର ମହାରାଷ୍ଟ୍ର ପୁଣେ ସ୍ଥିତ ଟିକା ନିର୍ମାତାକାରୀ କମ୍ପାନୀ ଏସଆଇଆଇକୁ କୋଭିସିଲ୍ଡର ଅର୍ଡର ମଧ୍ୟ ଦିଆଯାଇଛି। ସମଗ୍ର ଦେଶରେ ଜାନୁଆରୀ ୧୬ରୁ କୋଭିଡ୍-୧୯ର ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ସିରମ ଉତ୍ପାଦନ ଦୃଷ୍ଟିରୁ ଦୁନିଆର ସବୁଠୁ ବଡ ଭ୍ୟାକସିନ ନିର୍ମାତା କମ୍ପାନୀ।

ସୂଚନାଯୋଗ୍ୟ, କରୋନା ଭ୍ୟାକସିନ ଉପରେ ସରକାରଙ୍କ ବିଶେଷଜ୍ଞ କମିଟି ଆଷ୍ଟ୍ରାଜେନେକାର କୋଭିସିଲ୍ଡ ବ୍ୟତୀତ ଭାରତୀୟ ଭ୍ୟାକସିନ କୋଭ୍ୟାକ୍ସିନକୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି। କୋଭ୍ୟାକ୍ସିନ ଦେଶର ଔଷଧ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ସାହାଯ୍ୟରେ ବିକଶିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.