Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ମହଙ୍ଗା ହେବ ରିଚାର୍ଜ ପ୍ଲାନ୍ ! ଡାଟା ଓ କଲ୍ ପାଇଁ ଗଣିବାକୁ ପଡିବ ଅଧିକ ଟଙ୍କା

6/07/2020 at 12:31 PM

ନୂଆଦିଲ୍ଲୀ, ୦୬|୦୭: ଭାରତର କୋଟିକୋଟି ସ୍ମୋର୍ଟଫୋନ୍ ୟୁଜରଙ୍କ ପାଇଁ ଏକ ଖରାପ ଖବର । ସମସ୍ତ ଟେଲିକମ୍ କମ୍ପାନୀ ରିଚାର୍ଜ ପ୍ଲାନକୁ ପୁଣିଥରେ ମହଙ୍ଗା କରିବାକୁ ଯାଉଛନ୍ତି । କରୋନା ଭାଇରସ ପାଇଁ କମ୍ପାନୀମାନଙ୍କ ସାମ୍ନାରେ ଆସିଥିଲା ଅନେକ ଚ୍ୟାଲେଞ୍ଜ । ଏହାର ମୁକାବିଲା ପାଇଁ ଏବେ ବିଭିନ୍ନ କମ୍ପାନୀ ପ୍ଲାନର ଦାମ୍ ବଢାଇବାକୁ ଚାହୁଁଛନ୍ତି । ଆଗାମୀ ୧୨ରୁ ୧୮ ମାସ ମଧ୍ୟରେ ଦୁଇଥର ରିଚାର୍ଜ ପ୍ଲାନ୍ ମହଙ୍ଗା କରାଯିବ ବୋଲି ଇଓ୍ୱାଇ କହିଛି ।

ଇଓ୍ୱାଇର ମିଡିଆ, ଏଣ୍ଟରଟେନମେଣ୍ଟ ମୁଖ୍ୟ ପ୍ରଶାନ୍ତ ସିଙ୍ଘଲ କହିଛନ୍ତି ଯେ, ଏବେ ନହେଲେ ବି କିଛିଦିନ ପରେ କମ୍ପାନୀମାନେ ଟାରିଫ୍‌ର ଦାମ୍ ବଢାଇବେ । ଏହା ଜରୁରୀ ଅଟେ । ଟେଲିକମ୍ ଓ ଗ୍ରାହକଙ୍କ ତରଫରୁ କରାଯାଉଥିବା ଖର୍ଚ୍ଚ କମ ଅଟେ । ଯେତେ ଜଲଦି ଏହାର ମୂଲ୍ୟ ବଢାଯିବ ସେତେ ଭଲ ।

ସେ ଆହୁରି କହିଛନ୍ତି ଯେ, ଏବେ ୟୁଜରଙ୍କ ପାଇଁ ଶସ୍ତା ପ୍ଲାନ ଦରକାର । କିନ୍ତୁ ଆଗାମୀ ୧୨ରୁ ୧୮ ମାସରେ ଏଥିରେ ମୂଲ୍ୟ ବୃଦ୍ଧି ପାଇପାରେ । ଆଗାମୀ ୬ମାସରେ କମ୍ପାନୀ ଥରଟିଏ ରିଚାର୍ଜ ମହଙ୍ଗା କରିବ । ଏପରି କରି ମାର୍କେଟରେ ସ୍ଥିର ରହିବା ଜରୁରୀ । ଟେଲିକମ୍ କମ୍ପାନୀମାନେ ଏହା ଉପରେ କିନ୍ତୁ କିଛି କହି ନାହାଁନ୍ତି । ଏପରି ହେଲେ ଡାଟା ଓ କଲ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ସୂଚନାଯୋଗ୍ୟ, ପୂର୍ବ ପ୍ଲାନରେ କମ୍ପାନୀମାନେ ୪୦ ପ୍ରତିଶତ ଯାଏଁ ରିଚାର୍ଜ ମହଙ୍ଗା କରିଥିଲେ । ଏବେ କମ୍ପାନୀମାନେ ଦୁଇଥରରେ ମୂଲ୍ୟ ବଢାଇବେ । ଏପରି କରି ସେମାନେ ମାର୍କେଟରେ ସ୍ଥିର ରହିବାକୁ ଚେଷ୍ଟା କରିବେ ।  

   Related Posts