ନୂଆ ବର୍ଷରେ ଉପଭୋକ୍ତାଙ୍କୁ ମହଙ୍ଗା ମାଡ, ଜାନୁଆରୀ ୧ ତାରିଖରୁ ଲାଗୁ ହେଲା ବର୍ଦ୍ଧିତ ଦର...

Published By : Prameya-News7 Bureau | January 01, 2020 IST

ଭୁବନେଶ୍ବର୧/୧: ନୂଆ ବର୍ଷରେ ଉପଭୋକ୍ତାଙ୍କୁ ମହଙ୍ଗା ମାଡ।  ଟ୍ରେନ ଭଡା ବୃଦ୍ଧି ସାଙ୍ଗକୁ ଅଣ ସବସିଡି ରନ୍ଧନ ଗ୍ୟାସରେ ଦର ବୃଦ୍ଧି ଖାଉଟିଙ୍କୁ  ଲାଗିଛି ଡବଲ  ଝଟକା।  ଅଣସବସିଡି ରନ୍ଧନ ଗ୍ୟାସରେ ୧୯ ଟଙ୍କା ବୃଦ୍ଧି ହୋଇଛି।

{"id":205553,"sizeSlug":"large"}

ନୂଆ ବର୍ଷରେ ଟ୍ରେନରେ ଯାତ୍ରା ହେଲା ମହଙ୍ଗା। ବଢିଲା ରେଳ ଭଡ଼ା। ଯାତ୍ରୀ ଭଡା ବଢାଇବା ପାଇଁ ରେଳ ମନ୍ତ୍ରଣାଳୟ ନେଇଛି ନିଷ୍ପତ୍ତି। ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର। ନିଷ୍ପତ୍ତି ଅନୁଯାୟୀ ଅଣ ଶୀତତାପ ନିୟନ୍ତ୍ରିତ ମେଲ୍, ଏକ୍ସପ୍ରେସ ଟ୍ରେନରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ପାଇଥିବା ବେଳେ  ଶୀତତାପ ନିୟନ୍ତ୍ରିତ କ୍ଲାସରେ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି ହୋଇଛି । ସାଧାରଣ ଟ୍ରେନ୍ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି ହୋଇଛି।  ନୂଆ ବର୍ଷରେ ରନ୍ଧନ ଗ୍ୟାସରେ ମଧ୍ୟ ଦର ବୃଦ୍ଧି ହୋଇଛି। ସରକାର ଅଣସବସିଡି ରନ୍ଧନ ଗ୍ୟାସ ସିଲିଣ୍ଡର ଦରରେ ୧୯ଟଙ୍କା  ବୃଦ୍ଧି କରିଛନ୍ତି। ଲଗାତର ଚତୁର୍ଥ ମାସ ପାଇଁ ଗ୍ୟାସ ମୂଲ୍ୟରେ ବୃଦ୍ଧି ଘଟିଛି।  ନୂଆବର୍ଷରେ ଉତ୍ସବ ସମୟରେ ସରକାରଙ୍କ ମହଙ୍ଗା ମାଡ଼  ଲୋକଙ୍କୁ ଅସନ୍ତୁଷ୍ଟ କରିଛି।

{"id":205554,"sizeSlug":"large"}

ଦେଶ ଯେତେବେଳେ ଫାଇଭ ଟ୍ରିଲିୟନର ସ୍ବପ୍ନ ଦେଖୁଛି।  ସେତେବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି, ରେଳବାଇର ଯାତ୍ରୀ ଭଡ଼ା ବୃଦ୍ଧି ଏବଂ ଗ୍ୟାସ ଦର ବୃଦ୍ଧିକୁ ନେଇ ବିରୋଧୀ  କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି।  ଓଡ଼ିଶାରେ ଏହାକୁ ନେଇ ରାଜନୀତି ବେଶ୍ ସରଗରମ ହୋଇଛି।

{"id":205555,"sizeSlug":"large"}

ଆଳୁ , ପିଆଜ  ଆକାଶଛୁଆଁ, ପରିବା ଡାଲି ବି ମହଙ୍ଗା,।  ଦରବୃଦ୍ଧି ଲୋକଙ୍କୁ କଲବଲ କରୁଥିବା ବେଳେ ଏବେ ଗ୍ୟାସ ଦର ବଢ଼ିବା ଏବଂ ରେଳଯାତ୍ରୀଭଡ଼ା ବୃଦ୍ଧି ଲୋକଙ୍କୁ ଆହୁରି ଚିନ୍ତିତ କରିଛି। ମହଙ୍ଗା ମାଡରୁ ଲୋକଙ୍କୁ କେବେ ମିଳିବ ନିସ୍ତାର ଏହାର ଅପେକ୍ଷାରେ ରହିଛନ୍ତି ଖାଉଟି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.