ଔରଙ୍ଗାବାଦ୨୯/୧୦: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ତ୍ରୀ ନିଜ ସ୍ବୀମୀଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ସ୍ବାମୀଙ୍କର ଏତିକି ଭୁଲ ଥିଲା ଯେ ରାତିରେ ଫୋନରେ କଥା ନ ହେବା ପାଇଁ ସ୍ତ୍ରୀଙ୍କୁ ସେ ମନା କରିଥିଲେ। ମାତ୍ର ସାମାନ୍ୟ କଥାରେ ସ୍ବାମୀ ରାତିରେ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ହତ୍ୟା କରିଛି। ଔରଙ୍ଗାବାଦରେ ଏଭଳି ଘଟଣା ଘଟିଛି।
ପ୍ରତିଦିନ ରାତିରେ ସ୍ତ୍ରୀ କାହା ସହ କଥା ହେଉଥିବାର ସ୍ବାମୀ ଜାଣି ପାରିଥିଲେ। ପ୍ରତିଦିନ ରାତିରେ କାହା ସହ କଥା ବୋଲି ସ୍ବାମୀ ତାଙ୍କୁ ପ୍ରଶ୍ନ କରିଥିଲେ। ରାତିରେ କାହା ସହ କଥା ହୋଇପାରିବ ନାହିଁ ବୋଲି ସ୍ବାମୀ ରୋକଠୋକ୍ ମନା କରିଦେଇଥିଲେ। ଏହା ପରେ ସ୍ତ୍ରୀ ରାଗିରେ ସ୍ବାମୀ ଶୋଇଥିବା ଅବସ୍ଥାରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଛି।
ମୃତକଙ୍କ ନାଁ ହେଉଛି ଅନିଲ ସିଂହ। ଏହି ଘଟଣା ସଂପର୍କରେ ପୋଲିସ ସୂଚନା ପାଇବା ପରେ ଅଭିଯୁକ୍ତ ପତ୍ନୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ପତ୍ନୀ ନିଜର ଦୋଷ ସ୍ବୀକାର କରିଛି। ମୃତକଙ୍କ ଭଣଜା ରବି ରଞ୍ଜନ କୁମାର ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ରାତି ଅନିଲ ଶୋଇଥିବା ଅବସ୍ଥାରେ ପତ୍ନୀ ଆରତୀ ଦେବୀ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା।