ଚାକିରୀ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ : ଅଶ୍ଳୀଳ ଭିଡିଓ ଭାଇରାଲ, ଭାଙ୍ଗିଗଲା ବାହାଘର

Published By : Prameya-News7 Bureau | May 02, 2021 IST

ମଧ୍ୟପ୍ରଦେଶ ୨/୫: ମଧ୍ୟପ୍ରଦେଶରେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୨୦ ବର୍ଷୀୟ ଯୁବତୀ । ଥରେ ନୁହେଁ କି ଦୁଇଥର ନୁହେଁ ଏମିତି ବାରମ୍ୱାର ନିର୍ଯାତନାର ଶିକାର ହୋଇଛିନ୍ତି ଯୁବତୀ । ଜଣେ ଯୁବକ ତାଙ୍କୁ ଚାକିରୀ ଦେବାକୁ କହି ଏପରି କରିଛି । ଏପରିକି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ବି ବନାଇବାର ସ୍ୱପ୍ନ ଦେଖାଇଥିଲା । ଗୋଟିଏ ଘର ଭଡା ନେବା ସହ ଏସବୁ ଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ । ଏପରିକି ଅଶ୍ଳୀଳ ଭିଡିଓ ବି ବନାଇଥିଲା ।

କେବଳ ସେତିକି ନୁହେଁ ଯୁବତୀଙ୍କ ବିବାହ ଠିକ୍ ହେବା ଜାଣି ଶାଶୁଘର ଲୋକଙ୍କୁ ଭିଡିଓ ପଠାଇ ଭାଇରାଲ କରିଦେଇଥିଲା । ଫଳରେ ଯୁବତୀଙ୍କ ବିବାହ ଭାଙ୍ଗିଯାଇଛି । ସୂଚନା ଥାଉକି ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ସମୟରେ ସେ ଆରୋପୀ ମହମ୍ମଦ ଅକବରଙ୍କ ସମ୍ପର୍କରେ ଆସିଥିଲେ । ପରେ ଯୁବକ ଜଣଙ୍କ ତାଙ୍କୁ ଫସାଇ ଏଭଳି ଜଘନ୍ୟ କାମ କରିଥିଲା । ଶେଷରେ ଉପାୟ ଶୂନ୍ୟ ହୋଇ ଯୁବତୀ ଜଣଙ୍କ ଥାନର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ କରି ଯୁବକକୁ ଗିରଫ କରିବା ସହ ମୋବାଇଲକୁ ବି ଜବତ କରିଛି । ଘଟଣାର ଅଧିକ ଯାଞ୍ଚ କରୁଛି ସାଇବର ସେଲ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.