Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଫେଲ୍ ମାରିଲା ଚାପ ପକା ରଣନୀତି ! ଅସନ୍ତୁଷ୍ଟ ସଚିନଙ୍କୁ କଂଗ୍ରେସ ଦେଲା ଫାଇନାଲ୍ ଅଫର

16/06/2021 at 11:32 PM

ନୂଆଦିଲ୍ଲୀ ୧୬।୦୬: ରାଜସ୍ଥାନରେ ପାଇଲଟ୍‌ ବନାମ ଗେହଲଟ୍‌ ରାଜନୈତିକ ଲଢେଇ ଜାରି ରହିଛି। ଏହା ମଧ୍ୟରେ କଂଗ୍ରେସ ସଚିନ ପାଇଲଟ୍‌ଙ୍କୁ ଫାଇନାଲ ଅଫର ଦେଇଛି। ସୂତ୍ର ମୁତାବକ ଅସନ୍ତୁଷ୍ଟ ପାଇଲଟ୍‌ଙ୍କୁ ମନାଇବା ପାଇଁ ପାର୍ଟି ତାଙ୍କ ସମର୍ଥକଙ୍କୁ ରାଜସ୍ଥାନ କ୍ୟାବିନେଟ୍‌ରେ ୩ ମନ୍ତ୍ରୀ ପଦ ସହ ତାଙ୍କୁ ସାଧାରଣ ସଂପାଦକ ଓ ରାଜ୍ୟର ପ୍ରଭାରୀ କରିବାକୁ ଅଫର ଦେଇଛି। କେବଳ ଏତିକି ନୁହେଁ ପାଇଲଟ୍‌ଙ୍କ ସମର୍ଥକ ୩ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ କିମ୍ବା ନିଗମ/ବୋର୍ଡରେ ଉଚିତ୍ ଥଇଥାନ କରିବାକୁ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ଏବେ ବଲ୍‌ ସଚିନଙ୍କ କୋର୍ଟରେ ରହିଛି। କିନ୍ତୁ ଗତ ୬ ଦିନ ହେବ ଦିଲ୍ଲୀରେ ଡେରା ପକାଇଥିବା ପାଇଲଟ୍‌ କଂଗ୍ରେସ ହାଇକମାଣ୍ଡଙ୍କୁ ନ ଭେଟି ରାଜସ୍ଥାନ ଫେରି ଯାଇଛନ୍ତି।

ଉଲ୍ଲେଖନୀୟ,  ସଚିନ ୫ ରୁ ୬ ମନ୍ତ୍ରୀ ପଦ ଚାହୁଁଛନ୍ତି। ପାର୍ଟି ଓ ଅଶୋକ ଗେହଲଟଙ୍କ ଯୁକ୍ତି କ୍ୟାବିନେଟ୍‌ରେ ବର୍ତ୍ତମାନ ୯ ମନ୍ତ୍ରୀ ପଦ ଖାଲି। ଏହି ପଦରେ ବିଏସପିର ୬ ବିଧାୟକ ଓ ନିର୍ଦ୍ଦଳୀୟର ପ୍ରାୟ ୧୨ ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକଙ୍କୁ ସାମିଲ କରାଯିବାର ଯୋଜନା ରହିଛି। ସେପଟେ ସଚିନ ଏକାକୀ ୫ ରୁ ୬ ମନ୍ତ୍ରୀ ପଦ ଦାବି କରିଛନ୍ତି। ପାର୍ଟି ସଚିନଙ୍କୁ ସାଧାରଣ ସଂପାଦକ ଦାୟିତ୍ଵ ଦେଇ କୌଣସି ଗୁରୁତ୍ଵପୂର୍ଣ୍ଣ ରାଜ୍ୟର ପ୍ରଭାରୀ କରିବାକୁ ପ୍ରସ୍ତୁତ। ସଚିନ ଯଦି ଦଳର ଏହି ଅଫର ଗ୍ରହଣ କରି ମାନି ଯାଆନ୍ତି ତେବେ ଶୀଘ୍ର ମନ୍ତ୍ରିମଣ୍ଡଳ ବିସ୍ତାର କରାଯିବ। ଦଳ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ରାଜସ୍ଥାନରେ ବର୍ତ୍ତମାନ ଅଶୋକ ଗେହଲଟ୍ ହିଁ ପାର୍ଟିର ନମ୍ବର ଓ୍ଵାନ ନେତା। ସଚିନ ହେଉଛନ୍ତି ପାର୍ଟିର ଭବିଷ୍ୟତ ଏବଂ ତାଙ୍କୁ ଗେହଲଟ୍‌ଙ୍କ ସହ ଉଚିତ୍ ସମନ୍ଵୟ ରଖି ଆଗକୁ ବଢିବାକୁ ପଡିବ ବୋଲି ପାର୍ଟି କହିଛି।

ପାର୍ଟି ଗୋଟିଏ ପଟେ ସଚିନଙ୍କୁ  ହରାଇବାକୁ ଚାହୁଁ ନାହୁଁନଥିବା ବେଳେ ସେପଟେ ଗେହଲଟଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ। ଏଥିପାଇଁ ଦଳକୁ ଦୁଇ ନେତାଙ୍କ ମଧ୍ୟରେ ଭାରସାମ୍ୟ ରଖିବାକୁ ସମୟ ଲାଗୁଛି। ଗତ ବର୍ଷ ତୂଳନାରେ ସଚିନଙ୍କ ପତିଆରା ଓ ପ୍ରଭାବ ହ୍ରାସ ଘଟିଛି। ଏଥିପାଇଁ ଦଳ ଉପରେ ତାଙ୍କ ଚାପ କମ ହୋଇଛି। ତଥାପି ସଚିନ ରାଜ୍ୟରେ ନିଗନ ଏବଂ ବୋର୍ଡରେ ଖାଲି ପଡିଥିବା ୪୦ ପଦ ମଧ୍ୟରୁ ଅତି କମରେ ୧୫ ପଦ ଚାହୁଁଛନ୍ତି। କିନ୍ତୁ ଅଶୋକ ଗେହଲଟ୍ ଏତେ ପଦ ଦେବାକୁ ପ୍ରସ୍ତୁତ ନାହାନ୍ତି।

   Related Posts