Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜାଲ୍ କମ୍ପାନୀ ଜରିଆରେ ସିଏସଆର ଫଣ୍ଡ ହେରଫେର ! ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲା ସ୍ବେଚ୍ଛାସେବୀ ସଂଗଠନ ‘ପାଥ୍’

26/10/2020 at 1:48 PM

ନୂଆଦିଲ୍ଲୀ ୨୬।୧୦: ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦିଲ୍ଲୀରେ ଅଭିଯୋଗ । ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା ସିଏସଆର ଫଣ୍ଡ ହେରଫେର କରିଥିବା ଅଭିଯୋଗ ଆଣିଛି ଦିଲ୍ଲୀର ସ୍ବେଚ୍ଛାସେବୀ ସଂଗଠନ ‘ପାଥ୍’ । ‘ପାଥ୍’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଅଣାଯାଇଛି । ଜାଲ୍ କମ୍ପାନୀ ଜରିଆରେ ସିଏସଆର ଫଣ୍ଡ ଘୋଟାଲା ହେଉଛି ବୋଲି ‘ପାଥ୍’ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ସିଏସଆର ଫଣ୍ଡର ଉପଯୋଗିତା ଗ୍ରାଉଣ୍ଡରେ ଦେଖିବାକୁ ମିଳୁନଥିବା ଅଭିଯୋଗ କରିଛି ଏହି ସଂଗଠନ ।

ଏ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଏତଲା ଦାୟର ହୋଇଥିଲା । ଚଳିତ ବର୍ଷ ଫେବୃଆରୀ ୭ ତାରିଖରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମାତ୍ର ଏପର୍ଯ୍ୟନ୍ତ ତଦନ୍ତରେ କୌଣସି ଅଗ୍ରଗତି ହୋଇନାହିଁ ବୋଲି ସଂଗଠନ କ୍ଷରୁ ଅଭିଯୋଗ ହୋଇଛି ।

ବୈଜୟନ୍ତ ଓ ଜଗିଙ୍କ ବିରୋଧରେ ଟ୍ୟାକ୍ସ ଚୋରି ଅଭିଯୋଗ ଅଣାଯାଇଛି । ଦୁର୍ନୀତି ମାମଲା ଆସିବା ପରେ ବୈଜୟନ୍ତ ବିଜେପିରେ ମିଶିଛନ୍ତି । ବୈଜୟନ୍ତଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ପାଖରେ ସୂଚନା ଅଛି । ବାହାମାସ୍ ରୁ ବୈଜୟନ୍ତ ଏବଂ ଜଗିଙ୍କ କମ୍ପାନୀକୁ ଏଫଡିଆଇ ଆସୁଛି । ପୁଞ୍ଜି ନିବେଶ କରୁଥିବା କମ୍ପାନୀ ଜାଲ୍ ହୋଇଥିବା ଅଭିଯୋଗ ଆଣିଛି ସଂଘଠନ ।

   Related Posts