Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଆଠମଲ୍ଲିକର ପୂର୍ବତନ ବିଧାୟକଙ୍କ ପ୍ରେସମିଟ୍: କହିଲେ, ତାଙ୍କ ବିରୋଧରେ ସୋସିଆଲ ମିଡିଆରେ କରାଯାଉଛି ଅପପ୍ରଚାର

7/11/2020 at 3:46 PM

ଅନୁଗୋଳ୭/୧୧: ଆଠ ମଲ୍ଲିକର ପୂର୍ବତନ ବିଧାୟକଙ୍କ ପ୍ରେସମିଟ୍।  ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ଅପପ୍ରଚାର ଚାଲିଛି। ପୀଡିତାଙ୍କୁ ନ୍ୟାୟ ମିଳୁ। ଯିଏ ଭୁଲ୍ କରିଛି, ସେ ଦଣ୍ଡ ପାଇବା ଉଚିତ୍ ବୋଲି ପୂର୍ବତନ ବିଧାୟକ କହିଛନ୍ତି।ଅନଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ସଂଜୀବ କୁମାର ସାହୁ ପ୍ରେସମିଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।  

ସୂଚନା ଅନୁସାରେ ଦୁଇଦିନ ତଳେ ପୀଡିତା ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ।  ସେ ଅଭିଯୋଗରେ କହିଥିଲେ ଯେ, ପୂର୍ବତନ ବିଧାୟକ ସଂଜୀବ କୁମାର ସାହୁଙ୍କ ରୋଷେଇଆ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏହି ଘଟଣାକୁ ୩ ମାସ ବିତିଗଲାଣି। ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରେସମିଟରେ ବିଧାୟକ କହିଛନ୍ତି ଯେ, ଏହି ଘଟଣା ସହ ତାଙ୍କର କିଛି ଲିଙ୍କ୍ ନାହିଁ । ସେ ତାଙ୍କ ରୋଷେୟାଙ୍କୁ ଗତ ଜୁଲାଇ ମାସରୁ କାର୍ଯ୍ୟରୁ ଅବ୍ୟାହତି ଦେଇଥିବା କହିଛନ୍ତି। ଯୁବତୀଙ୍କୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି।

   Related Posts