ସାରୁଅ ଜମି କେଳେଙ୍କାରୀ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍‌: ରବିଙ୍କୁ ଅସ୍ତ୍ର କରିଥିଲା କମ୍ପାନୀ

Published By : Prameya-News7 Bureau | November 05, 2020 IST

 ଭୁବନେଶ୍ବର୫/୧୧:  ସାରୁଅ ଜମି କେଳେଙ୍କାରୀ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍‌।  ସାମ୍ବାଦିକ ସମ୍ମିଳନୀରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ,  ଏହି ମାମାଲାରେ ଗରିବ ଲୋକଙ୍କୁ ଠକେଇ କରାଯାଇଛି। ଏହି ମାମଲାରେ ବହୁ ଗରିବ ଲୋକ ଠକାମିର ଶିକାର ମଧ୍ୟ ହୋଇଛନ୍ତି। କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିବା ରବି ସେଠୀଙ୍କୁ ଅସ୍ତ୍ର କରି ଜମି ହଡ଼ପ କରାଯାଇଥିଲା। ପ୍ରଥମେ ଏହି କାମ କରିବେ ନାହିଁ ବୋଲି ରବି କହିଥିଲେ।

wp:html /wp:html

ଏହି କାମ ନ କଲେ, ଚାକିରିରୁ ବାହାର କରି​‌ଦେବାକୁ ତାଙ୍କୁ ଧମକ ଦିଆଯାଇଥିଲା। ସେ ବାଧ୍ୟ ହୋଇ ତାଙ୍କ କଥାରେ  ରାଜି ହୋଇଥିଲେ।  ସେ ବାବଦରେ ରବିଙ୍କୁ ଗୋଟିଏ ବି ଟଙ୍କା ଦିଆଯାଇନଥିବା ଜଣାପଡିଛି। ଦଳିତମାନଙ୍କ ସିଧାସଳଖ କିଣିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ତେଣୁ ରବି ସେଠୀଙ୍କ ମାଧ୍ୟରେ ଓଡିଶା ଇନ୍‌ଫ୍ରାଟେକ୍ କମ୍ପାନୀ ଜମି କିଣିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.