Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଚାଉଳ ଚୋରା ଚାଲାଣ ଘଟଣା : ଅଧିକାରୀ ଠିକ୍ ତଦନ୍ତ କରୁନାହାନ୍ତି, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି

21/11/2020 at 4:32 PM

ଭଦ୍ରକ ୨୧।୧୧: ଚୋରା ଚାଉଳ ଚାଲାଣକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ତଦନ୍ତ ଦାୟିତ୍ଵ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଛି । କିନ୍ତୁ ଏବେ ମଧ୍ୟ ତଦନ୍ତ ଠିକ୍ ହେଉନଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଠାରେ ବାଲେଶ୍ଵର ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କର ଡାଇରେକ୍ଟର ଓ ଦକ୍ଷିଣବାଡ ସରପଞ୍ଚଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଚୋରା ଚାଉଳ ଚାଲାଣକୁ ପ୍ରଶାସନିକ ଅଧିକାରୀ ଠିକ୍ ଭାବେ ତଦନ୍ତ କରୁନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ ଗତ ୧୯ ତାରିଖ ଦିନ ଭଣ୍ଡାରୀପୋଖରୀ ବ୍ଲକ କୁଲଣା ବଜାରଠାରେ ଏକ ଟ୍ରକରୁ ଚାଉଳ ଅନଲୋଡିଙ୍ଗ ବେଳେ ବେଆଇନ ଚାଉଳ ସନ୍ଦେହରେ ଅଟକ ରଖିଥିଲେ ସ୍ଥାନୀୟ ବାସିନ୍ଦା । ପରେ ଏମଆଇ ଓ ଅନ୍ୟ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ମଦଯୋଗାଣ ବିଭାଗ ଅଧିକାରୀମାନେ କାଗଜପତ୍ର ଯାଞ୍ଚ ପରେ ଗାଡିରେ ବେଆଇନ ଭାବେ ଚାଉଳ ଚାଲାଣ ହେଉଥିବା ନେଇ ଥାନାରେ ଏତଲା ଦେଇଥିଲା । କିନ୍ତୁ ପରେ ଚାଉଳ କଣ ପାଇଁ ଡିଲରଙ୍କ ପାଖରେ ଅନଲୋଡ ହେଉଥିଲା ଓ ସେହି ଚାଉଳ ସରକାରୀ ଚାଉଳ ହୋଇଥିଲେ ମଧ୍ୟ କିଏ ବେଆଇନ ଚାଲାଣ କରୁଥିଲା ସେ ଦିଗରେ ଅଧିକାରୀମାନେ ତଦନ୍ତ କରୁନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଜିଲ୍ଲାପାଳ ଘଟଣା ବିଷୟରେ ନିଜେ ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି ।

   Related Posts