କୋଇଲା ସଙ୍କଟକୁ ନେଇ ଚିନ୍ତାରେ ଝାରସୁଗୁଡା ବାସିନ୍ଦା, ଓଡ଼ିଶା କୋଇଲା ଓଡ଼ିଶାରେ ହିଁ ବିନିଯୋଗ ନେଇ ଦାବି

Published By : Prameya-News7 Bureau | October 13, 2021 IST

ଝାରସୁଗୁଡା, ୧୩।୧୦: ଦେଶରେ କୋଇଲା ସଂକଟ ଦେଖାଦେବାରୁ ଶକ୍ତି ଉତ୍ପାଦନ ହ୍ରାସ ପାଇଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଝାରସୁଗୁଡା ବାସିନ୍ଦା। କେନ୍ଦ୍ର ସରକାରଙ୍କ ଶକ୍ତି ପ୍ରକଳ୍ପ ବ୍ୟତୀତ ଅନ୍ୟ ପ୍ରକଳ୍ପକୁ କୋଇଲା ଯୋଗାଣ ନ କରିବାକୁ ରହିଥିବା କଟକଣା କାରଣରୁ ଓଡ଼ିଶାରେ ଅନେକ ଶିଳ୍ପ ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ତେଣୁ ରାଜ୍ୟରେ ରହିଥିବା ଏମସିଏଲର କୋଇଲା ଖଣିରୁ ଉତ୍ପାଦିତ କୋଇଲା ରାଜ୍ୟର ଶିଳ୍ପଗୁଡିକୁ ଯୋଗାଇ ଦେବାକୁ ଦାବି କରିଛି ଝାରସୁଗୁଡା ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ।

ଆଜି ଝାରସୁଗୁଡାରେ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ପକ୍ଷରୁ ରାଜ୍ୟରେ ବାର୍ଷିକ ୮୫ ମିଲିଅନ ଟନ କୋଇଲାର ଆବଶ୍ୟକତା ଥିବା ବେଳେ ଏମସିଏଲ ଉତ୍ପାଦନ କରୁଛି ୧୪୪ ମିଲିଅନ ଟନ କୋଇଲା। ତଥାପି ରାଜ୍ୟରେ ଶିଳ୍ପଗୁଡିକୁ କୋଇଲା ନଦେଇ ଅନ୍ୟ ରାଜ୍ୟକୁ କୋଇଲା ପଠା ଯାଉଥିବାରୁ ଆଗାମୀ ଦିନରେ ଏମସିଏଲ ବିରୁଦ୍ଧରେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାଇ ଦେଇଛି ବିସ୍ଥାପିତ ମଞ୍ଚ।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.