ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସ୍‌ମିଟ୍: ରବିବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନ ମଣ୍ଡଳୀ ଛାଡିବେ ଅଣଭୋଟର,୧୭ ଲକ୍ଷ ୩୦ ହଜାର ଟଙ୍କାର ମଦ ଜବତ

Published By : Prameya-News7 Bureau | November 01, 2020 IST

ଭୁବନେଶ୍ବର୧/୧୧:  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍‌। ବାଲେଶ୍ବର, ତିର୍ତ୍ତୋଲ ଉପନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି। ସେ ପ୍ରେସ୍‌ମିଟରେ କହିଛନ୍ତି ଯେ, ନିୟମ ଉଲ୍ଲଂଘନ ନେଇ ୫୨ଟି ମାମଲା ରୁଜୁ ହୋଇଛି।

ସେହିପରି ୧୧ ହଜାର ୨୦୫ ଲିଟର ମଦ ଜବତ ହୋଇଛି। ଜବତ ମଦର ମୂଲ୍ୟ ପାଖାପାଖି ୧୭ ଲକ୍ଷ ୩୦ ହଜାର ଟଙ୍କା ହେବ। ପ୍ରଚାର ଶେଷ ହେଇ ଆସୁଥିବାରୁ ନିୟମ କଡ଼ାକଡ଼ି ପାଳନ କରାଯିବ। ଆଜି ସଂଧ୍ୟା ୬ଟା ସୁଦ୍ଧା ନିର୍ବାଚନ ମଣ୍ଡଳୀ ଛାଡ଼ିବେ ଅଣଭୋଟର।

୨ ନିର୍ବାଚନ ମଣ୍ଡଳୀରେ ବାହାର ନେତାଙ୍କୁ ଆଉ ଅନୁମତି ଦିଆଯିବ ନାହିଁ। ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଲଜ୍‌ ଗୁଡ଼ିକରେ ଚେକିଂ ହେବ। କୋଭିଡ୍‌ କଟକଣା ଭିତରେ ମତଦାନ ହେବ। ସମସ୍ତ ବୁଥ୍‌ରେ ଆଶା କର୍ମୀ, ସେଚ୍ଛାସେବୀ ରହିବେ। ସାମାଜିକ ଦୂରତା ନିୟମ ମାନି ମତଦାନ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ବାହାର ଲୋକ ନିର୍ବାଚନ ମଣ୍ଡଳରେ ରହି ପାରିବେ ନାହିଁ। ବାଲେଶ୍ବରରେ ୩୪୬ ପୋଲିଂ ପାର୍ଟି, ତିର୍ତ୍ତୋଲରେ ୩୭୩ ପୋଲିଂ ପାର୍ଟି। ସେହିପରି ୮ ଶହ ଆଶାକର୍ମୀ ଏବଂ ୮ ଶହ ସ୍ବେଚ୍ଛାସେବୀ ନିୟୋଜିତ ହେବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.