Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ ! ରେଳ ଟିକେଟ୍ ହେବ ମହଙ୍ଗା, ବିମାନ ବନ୍ଦର ଭଳି ଷ୍ଟେସନରେ ଦେବାକୁ ହେବ ୟୁଜର ଚାର୍ଜ

17/09/2020 at 8:16 PM

ନୂଆଦିଲ୍ଲୀ ୧୭।୯: ରେଳବାଇ ବୋର୍ଡ ସିଇଓ ଏବଂ ନୀତି ଆୟୋଗ ସିଇଓ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଉଭୟ ଅଧିକାରୀ ରେଳବାଇଙ୍କ ୧୫୧ ପ୍ରାଇଭେଟ୍ ଟ୍ରେନ୍‌ ପ୍ରଚଳନ ପ୍ରସ୍ତୁତି ଓ ଏଥିଲାଗି ହେଉଥିବା ଷ୍ଟେସନ ରିଡେଭଲପମେଣ୍ଟରୁ ମିଳିବାକୁ ଥିବା ଲାଭ ନେଇ ସୂଚନା ଦେଇଛନ୍ତି।

ଏଥିରେ ସେମାନେ ନୂଆଦିଲ୍ଲୀ ଓ ମୁମ୍ବାଇ ସିଏସଟି ଷ୍ଟେସନର କାୟା କଳ୍ପ ହେଉଥିବାର କହିଛନ୍ତି।  ନୂଆ ଦିଲ୍ଲୀ ଷ୍ଟେସନର ନିର୍ମାଣ ଏପରି ହେବ କନ୍ନଟ ପ୍ଲେସ୍‌ର ସୌନ୍ଧର୍ଯ୍ୟ ଆହୁରି ବଢିଯିବ ବୋଲି କହିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ। କନ୍ନଟ ପ୍ଲେସ୍‌ ଓ ନୂଆଦିଲ୍ଲୀ ଷ୍ଟେସନ ମଧ୍ୟବର୍ତ୍ତି ୮୮ ଏକର ଜମିରେ ନୂଆ ଷ୍ଟେସନର ନିର୍ମାଣ ହେବ। ଯେଉଁଥିରେ ସପିଂ କମ୍ପ୍ଲେକ୍ସ, ଫାଇଭଷ୍ଟାର ହୋଟେଲ ଓ ୬ ଲେନ୍‌ ଏଲେଭେଟେଡ୍ ରୋଡ ନେୱାର୍କ ମଧ୍ୟ ରହିବ।

ଏହି ସବୁ ଷ୍ଟେସନକୁ ପିପିପିରେ ବୈଶ୍ୱିକ ସ୍ତରର କରାଯିବ। ଷ୍ଟେସନ ପୁନନିର୍ମାଣ ଓ ପ୍ରାଇଭେଟ କମ୍ପାନୀଙ୍କ ଟ୍ରେନ ସଞ୍ଚାଳନ ଉଭୟ ରେଳବାଇ ଓ ଘରୋଇ କମ୍ପାନୀଙ୍କ ଲାଗି ୱିନ୍ ୱିନ୍‌ ସିଚ୍ୱେସନ ହେବ ବୋଲି ଅଧିକାରୀମାନେ କହିଛନ୍ତି। ରେଳବାଇ କାୟାକଳ୍ପ ଯୋଗୁ ଦେଶର ଜିଡିପିକୁ ଦେଢରୁ ୨ ପ୍ରତିଶତ ପର୍ଯ୍ୟନ୍ତ ଯୋଗଦାନ ମିଳିପାରିବ। ତେବେ ଏହା ଦ୍ୱାରା ରେଳବାଇ ଘରୋଇକରଣ ନୁହେଁ କିଛି ବର୍ଷ ପର୍ଯ୍ୟନ୍ତ ଘରୋଇ କମ୍ପାନୀ ଟ୍ରେନ ପରିଚାଳନା କରିବେ ବୋଲି ସେମାନେ କହିଛନ୍ତି।

ରେଳ ଓ ବିମାନ କ୍ଷେତ୍ରରେ ଅଧିକ ବିଦେଶୀ ନିବେଶ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବିଦେଶୀ କମ୍ପାନୀମାନେ ଅତ୍ୟାଧୁନିକ ଟେକ୍ନୋଲଜି ଆଣିବେ। ତେବେ ସବୁ ଭାରତରେ ନିର୍ମାଣ ହେବ। ଏହା ଦ୍ୱାରା ମେକ-ଇନ-ଇଣ୍ଡିଆକୁ ପ୍ରୋତ୍ସାହନ ମିଳିବ। ରେଳବାଇ ବୋର୍ଡ ସିଇଓ ତଥା ଚେୟାରମ୍ୟାନ୍‌ ବିନୋଦ କୁମାର ଯାଦବ କହିଥିଲେ ଯେ ଆଗାମୀ ୫ ବର୍ଷରେ ରେଳବାଇକୁ ୧୩.୫ ଲକ୍ଷ କୋଟି ନିବେଶ ଆଣିବାର ଲକ୍ଷ୍ୟ ରଖା ଯାଇଛି।  

ଦେଶରେ ରେଳ ଯାତ୍ରା ଲାଗି ଲୋକଙ୍କୁ ଅନେକ କଷ୍ଟକରିବାକୁ ପଡୁଛି। ଅନେକ ଲୋକେ ୱେଟିଂ ଲିଷ୍ଟରେ ରହିଯାଉଛନ୍ତି। ଜନତାଙ୍କ ଲାଗି ସାଧାରଣ ଟ୍ରେନ୍‌ ଯେମିତି ଚଳାଚଳ କରୁଥିଲା ସେମିତି ଚାଲିବା ସହ ପୂର୍ବାପେକ୍ଷା ଅଧିକ ସୁବିଧା ସୁଯୋଗ ବି ମିଳିବ ବୋଲି ଯାଦବ କହିଛନ୍ତି।  ଏବେ ଷ୍ଟେସନମାନଙ୍କରେ ଯାତ୍ରୀଙ୍କୁ ୟୁଜର ଚାର୍ଜ ଦେବାକୁ ପଡିବ। ଯାହା ମାମୁଲି ଦେୟ ହେବ ବୋଲି ସେ କହିଛନ୍ତି। ତେବେ ଷ୍ଟେସନ ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ୟୁଜର ଚାର୍ଜ ରେଳବାଇଙ୍କ ନିକଟରେ ରହିବ ବୋଲି ଯାଦବ କହିଛନ୍ତି। କେବଳ ବଡବଡ ଷ୍ଟେସନମାନଙ୍କରେ ଯାତ୍ରୀଙ୍କ ଠାରୁ ଏହି ଦେୟ ଅସୁଲ କରାଯିବ। ଦେଶରେ ଏବେ ୭ ହଜାର ରେଳଷ୍ଟେସନ ରହିଛି। ଏଥିରୁ ୧୦ ଅଥବା ୧୫ ପ୍ରତିଶତ ଷ୍ଟେସନ ଅର୍ଥାତ ହଜାରେ ଦେଡ ହଜାର ଷ୍ଟେସନରେ ୟୁଜର ଚାର୍ଜ ଲାଗୁ ହେବ ବୋଲି ଅନୁମାନ କରାଯାଉଛି।  

   Related Posts