ପୋଲିସ୍ ଗାଡି ପୋଡ଼ି ଘଟଣାରେ ଶାସକ ଦଳର ସଂପୃକ୍ତି ନେଇ ବଡଚଣା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Published By : Prameya-News7 Bureau | March 08, 2021 IST

ଚଣ୍ଡିଖୋଲ, ୦୮/୦୩: ବଡଚଣାରେ ହୋଇଥିବା ଘଟଣାକୁ ନେଇ ସାରା ଅଞ୍ଚଳ ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି । ବାଲିଚନ୍ଦ୍ରପୁର୍ ଥାନା ଅନ୍ତର୍ଗତ ପଣସୁଧାଠାରେ ପୋଲିସ୍ ଗାଡି ପୋଡିବା ଭଳି ନିନ୍ଦନୀୟ କାର୍ଯ୍ୟ ସମଗ୍ର ବଡଚଣା ମାଟିକୁ ନିନ୍ଦିତ କରିଛି । ଏହାକୁ ନେଇ କଂଗ୍ରେସ ଏକ ସାମ୍ୱାଦିକ ସମ୍ମିଳନୀ କରିଛି ।

ଏହି ଘଟଣାରେ ସିଧାସଳଖ ଭାବେ ତଥାକଥିତ ସରପଞ୍ଚ ସ୍ୱାମୀ ବସନ୍ତ ରାଜ୍ ସାମଲ ଓ ଅନନ୍ତ ନାରାୟଣ ଧଳ ଶାସକ ଦଳରେ ଥାଇ ସମସ୍ତ ମାଫିଆଙ୍କ ଚିନ୍ତାଧାରାରେ କାର୍ଯ୍ୟ କରିଆସୁଛନ୍ତି । ବୃତ୍ତିରେ ଜଣେ ଶିକ୍ଷକ ହୋଇ ଗୁରୁ ପରମ୍ପରା ଭୂଲି ସଦାସର୍ବଦା ଦଳିୟ ଭିତ୍ତିକ କାର୍ଯ୍ୟରେ ବ୍ୟସ୍ତ ଥାନ୍ତି ଶିକ୍ଷକ ବସନ୍ତ ରାଜ୍ ସାମଲ । ଅପରପକ୍ଷରେ ସ୍ଥାନୀୟ ବିଧାୟକଙ୍କ ହାତବାରିଶି ସାଜିଥିବା ଅନନ୍ତ ନାରାୟଣ ଧଳ ଯେତେ ସବୁ ବିଘଟଣର ମୂଳ କାରଣ ବୋଲି କଂଗ୍ରେସ ଏହି ସାମ୍ୱାଦିକ ସମ୍ମିଳନୀରେ କହିଛି ।

ନିକଟରେ ବାଲିଚନ୍ଦ୍ରପୁର କେ-ଅପରେଟିଭ୍ ସୋସାଇଟି କେଲେଙ୍କାରି ଏବଂ ଦଳୀୟ ଶୋଭାଯାତ୍ରାରେ ଫାଉଡା ବେଣ୍ଟ ଧରି ସାମିଲ ହେବା ଭଳି ହୀନ ମନୋବୃତ୍ତିର କାର୍ଯ୍ୟ ଶ୍ରୀ ଧଳ କରି ଆସୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଥିବା ବେଳେ ଆଜିକାର ଏହି ସାମ୍ବାଦିକ ସମ୍ମିଳନୀରେ ବଡଚଣା କଂଗ୍ରେସ ନେତା ଅଜୟ ସାମଲ, ରତିକାନ୍ତ ପ୍ରଧାନ, ବିଶ୍ୱ ପ୍ରକାଶ ସାମଲ ପ୍ରମୁଖ ଉପସ୍ଥିତ ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.