Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଜେପୁର ଉପ ନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍ : ସରିଲା ପ୍ରଚାର, ୧୨୯ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ

19/10/2019 at 5:13 PM

ଭୁବନେଶ୍ବର ୧।୧୦: ସରିଛି ବିଜେପୁର ନିର୍ବାଚନ ପାଇଁ ପ୍ରସ୍ତୁତି। ପ୍ରଚାର ସରିବା ପରେ ଲାଗିଲା କଟକଣା। ବାହାରୁ ଆସିଥିବା ସମସ୍ତ ନେତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ମଣ୍ଡଳୀ ନଛାଡିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଚଳିତ ଥର ଲାଟେଷ୍ଟ ଟେକ୍ନୋଲୋଜି ଇଭିଏମ୍ ବ୍ୟବହାର ହେଉଛି । ୨୪୩ ସ୍ଥାନରେ ୨୮୫ଟି ବୁଥରେ ଭୋଟ୍ ଗ୍ରହଣ ହେବ । ୨ ଲକ୍ଷ ୩୨ ହଜାର ୨୬୪ ଜଣ ମତଦାତା କରିବେ ମତ ସାବ୍ୟସ୍ତ। ବିଜେପୁରରେ ୧ ଲକ୍ଷ ୨୦ ହଜାର ୧୩୫ ପୁରୁଷ ଏବଂ ୧ ଲକ୍ଷ ୨ ହଜାର ୧୧୪ ମହିଳା ଭୋଟ୍ ଦେବେ ।

ଅନ୍ୟପଟେ ୧୨୯ଟି ବୁଥ ଉତ୍ତେଜନା ପ୍ରବଣ ରହିଛି । ସେଥିମଧ୍ୟରୁ ୬ଟି ବୁଥ୍ ଅତି ସମ୍ବେଦନଶୀଳ ଓ ନକ୍ସଲ ପ୍ରବଣ ବୁଥ । ୩୨ ଜଣ ସେକ୍ସନ ଅଫିସର ନିଯୁକ୍ତ ହୋଇଛନ୍ତି । ୧୦ ଜଣ ଟେକ୍ନିକାଲ ଅଫିସର ନିଯୁକ୍ତ ହୋଇଛନ୍ତି । ୨୮ ବୁଥର ହେବ ଓ୍ବେବ୍ କାଷ୍ଟିଂ । ୧୪ଟି ବୁଥରେ ଲାଗିବ ସିସିଟିଭି । ୧୬ଟି ବୁଥର ହେବ ଭିଡ଼ିଓଗ୍ରାଫିଙ୍ଗ । ଦିବ୍ୟାଙ୍ଗ ଭୋଟର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଘରୁ ବୁଥକୁ ଆଣିବା ପାଇଁ ହୋଇଛି ବହନ ବ୍ୟବସ୍ଥା। ୫୭୦ ସ୍ବେଚ୍ଛାସେବୀ ମୁତୟନ ହୋଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁଶୀଲ ଲୋହାନୀ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ।

   Related Posts