ରାଜ୍ୟ ସରକାରଙ୍କ ଆଦିବାସୀ କନକ୍ଲେଭକୁ ଅସାମ୍ବିଧାନିକ ନିଷ୍ପତ୍ତି ବୋଲି କହିଲା ବିଜେପି

Published By : Prameya-News7 Bureau | February 25, 2019 IST

ଭୁବନେଶ୍ବର ୨୫|୨: ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତାକାଲି ରାଜ୍ୟର ୯ଟି ଜିଲ୍ଲାରେ ଆୟୋଜିତ ହେଉଛି ଆଦିବାସୀ କନକ୍ଲେଭ । ତେବେ ଏହାକୁ ଏକ ଅସାମ୍ବିଧାନିକ ନିଷ୍ପତ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏନେଇ ରାଜ୍ୟପାଳଙ୍କ ଅନୁମତି ନେବା ବାଧ୍ୟତାମୂଳକ ଥିବାବେଳେ ରାଜ୍ୟ ସରକାର କୌଣସି ଅନୁମତି ନେଇନାହାନ୍ତି ବୋଲି ବିଜେପି କହିଛି । ଏନେଇ ରାଜ୍ୟପାଳଙ୍କୁ ଭେଟି ଆପତ୍ତି ଜଣାଇବ ବିଜେପି । ବିଜେପି ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ମିଳିତ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଜବରଦଖଲ ଜଙ୍ଗଲ ଜମିରୁ ଆଦିବାସୀଙ୍କୁ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଦେଇଥିବା ମନ୍ତବ୍ୟ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେପି । ଜବରଦଖଲ କରିଥିବା ଜଙ୍ଗଲ ଜମିରୁ ଆଦିବାସୀଙ୍କୁ ଉଚ୍ଛେଦ ପାଇଁ ଗତ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଆଦିବାସୀଙ୍କ ସ୍ବାର୍ଥ ଓ ସୁରକ୍ଷା ନେଇ ରାଜ୍ୟ ସରକାର ସଚେତନ ଥିବା ସହ ମାମଲା ନେଇ ଆଉଥରେ ସୁପ୍ରିମକୋର୍ଟରେ ସାନି ଅପିଲ କରିବୁ ବୋଲି କହିଥିଲେ ରାଜ୍ୟ ସରକାର । ତେବେ ମାମଲା ହୋଇଥିବା ବେଳେ କାହିଁକି ପ୍ରତିକ୍ରିୟାଶୀଳ ହୋଇନଥିଲେ ରାଜ୍ୟ ସରକାର ସେ ନେଇ ପ୍ରଶ୍ନ କରିଛି ବିଜେପି । ଶୁଣାଣି ପରେ କାହିଁକି ସାନି ଅପିଲ କଥା କହୁଛନ୍ତି ବୋଲି ବିଜେପି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.