ପରିଚାଳନା କମିଟି ଓ ସରକାରୀଙ୍କ କର୍ମଚାରୀଙ୍କ ମଧୁଚନ୍ଦ୍ରିକା, ଖୁବ ଶୀଘ୍ର ମହାସଂଘର ପରିଚାଳନା କମିଟି ଗଠନ ପାଇଁ ଦାବି
2/12/2020 at 10:12 AM

ଭଦ୍ରକ ୦୨।୧୨: ସରକାରୀ କର୍ମଚାରୀ ଓ ମହିଳା ମହାସଂଘର ପରିଚାଳନା କମିଟି ମଧ୍ୟରେ ମଧୁଚନ୍ଦ୍ରିକ ଥିବା ଅଭିଯୋଗ ଆସିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ରାଧାବଲ୍ଲଭପୁର ସ୍ୱୟଂ ସହାୟକ ଗୋଷ୍ଠୀ ଏପରି ଅଭିଯୋଗ ଆସିଛି ।
ଅଭିଯୋଗ ଅନୁଯାୟୀ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ରାଧାବଲ୍ଲଭପୁର ପଞ୍ଚାୟତରେ ମହିଳା ମହାସଂଘ ଗଠିତ ହୋଇଥିଲା । କିନ୍ତୁ ନିୟମ ଅନୁଯାୟୀ ପ୍ରତ୍ୟକ ଦୁଇ ବର୍ଷରେ ପରିଚାଳନା କମିଟି ଗଠନ ହେବା କଥା କିନ୍ତୁ ଏହି ନିୟମକୁ ଉଲଂଘନ କରାଯାଇଛି । ଅନ୍ୟପଟେ ସରକାରୀ ଯୋଜନାକୁ ମଧ୍ୟ ବିନା ବିଜ୍ଞାପନରେ ମହାସଂଘ ନାମରେ କାମ କରାଉଥିବା ଅଭିଯୋଗ ହୋଇଛି । ଖୁବ ଶୀଘ୍ର ମହାସଂଘର ପରିଚାଳନା କମିଟି ଗଠନ ପାଇଁ ଦାବୀ କରିଛନ୍ତି । ନହେଲା ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021