ସ୍ବର୍ଣ୍ଣରୌପ୍ୟ ଶିଳ୍ପୀ ସଂଘର ସମ୍ମିଳନୀ
2/08/2018 at 5:04 PM

ଓଡିଶା ସ୍ବର୍ଣ୍ଣରୌପ୍ୟ ଶିଳ୍ପୀ ସଂଘ ପକ୍ଷରୁ ଜଟଣୀ ଲକ୍ଷ୍ମୀନାରାୟଣ ମନ୍ଦିର ପରିଷରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡିଶା ସ୍ବର୍ଣ୍ଣରୌପ୍ୟ ଶିଳ୍ପୀ ସଂଘ 9 ଦଫା ଦାବି ନେଇ ସରକାରଙ୍କୁ ଅବଗତ କରାଇଥିଲେ । ହେଲେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯେ।ଗ କରିଛି ସଂଘ । ଏ ନେଇ ଅଗଷ୍ଟ ୯ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ସମାବେଶ ହେବାର ଥିଲା । ମାତ୍ର ଏହି ଦିନ ସ୍ବର୍ଣ୍ଣକାରଙ୍କ ସଂହତି ଦିବସ ହୋଇଥିବାରୁ ଭୁବନେଶ୍ବର ସମାବେଶ ସ୍ଥଗିତ ରଖିବା ସହ ବ୍ରହ୍ମପୁରରେ ଏକ ମହାସମାବେଶ କରିବ ସଂଘ । ତେବେ ବ୍ରହ୍ମପୁର ସମାବେଶରେ ସ୍ବର୍ଣ୍ଣକାର ସଂଘ ପୁଣି ୯ ଦଫା ଦାବି ଉପସ୍ଥାପନ କରିବ । ଯଦି ସରକାର ଏହାକୁ ଗ୍ରହଣ ନକରନ୍ତି ତାହେଲେ ଆଗାମୀ ଦିନରେ ସ୍ବର୍ଣ୍ଣରୌପ୍ୟ ଶିଳୀ ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି।